1. Big News : ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ପୋଲିସ ଏସ ଆଇ ଗାୟବ

0
52
ଆତ୍ମହତ୍ୟା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୨୫/୦୮) : ଆତ୍ମହତ୍ୟା ଉଦ୍ୟମ ଘଟଣା ରେ ଗୁରୁତର ପୋଲିସ ଏସ ଆଇ କାଜଲ ବାଗ ଙ୍କୁ ଡାକ୍ତରଖାନା ଟିକଟ ନମ୍ୱର୧୨୬/୨୩ ଅନୁଯାୟୀ ତାଙ୍କୁ ବିଶକ୍ରୀୟା ଯୋଗୁଁ ପଟାସ ପାଣି ପିଆ ଯାଇଥିଲା ।

ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ପୋଲିସ ଏସ ଆଇ ଗାୟବ : ମହିଳା ୱାର୍ଡ ରେ ବେଡ଼ ନ ଥିବାରୁ ତାଙ୍କୁ ତଳେ ଶୁଆଇ ରଖାଯାଇଥିବା ପ୍ରକାଶ ପାଇଛି । କେଉଁ ମାନେ ଡାକ୍ତରଖାନା ତାଙ୍କୁ ନେଇ ଭର୍ତ୍ତି କରିଥିଲେ ଓ ତାଙ୍କୁ ଆଇ ସି ୟୁ ରେ ଭର୍ତ୍ତି ଚେଷ୍ଟା କରି ଥିବା ସୂଚନା ମିଳୁଥିବା ବେଳେ ସେ ଗୁରୁବାର ସକାଳୁ ଉଭାନ ହୋଇଯିବା ଓ ଡାକ୍ତରଖାନା ରୁ ଡିଶ୍ଚାର୍ଜ୍ କରାଯାଇ ନ ଥିବା ଜଣାଯାଇଛି । ତାଙ୍କ ଚେତା ଫେରିପାଇଲା ପରେ ତାଙ୍କୁ କୁଆଡେ ଗାୟବ କରି ଦିଆଯାଇଛି ଓ ପୋଲିସ ଘଟଣା କୁ ଚାପେଇବା ଜୋର ଦାର ଉଦ୍ୟମ କରୁଛି ବୋଲି ବିଭିନ୍ନ ମହଲ ରେ ଚର୍ଚ୍ଚା ଜୋର ଧରିଛି । ପ୍ରକାଶ ଯେ ଗତ କିଛି ମାସ ହେବ ବଲାଙ୍ଗୀର ରୁ ସେ ବଦଳି ହୋଇ ସଇଁତଳା ରେ ଯୋଗ ଦେଇଥିବା ବେଳେ ବଲାଙ୍ଗୀର ର ଜଣେ ପୋଲିସ ଏସ ଆଇ ଙ୍କ ସହ ତାଙ୍କ ସମ୍ପର୍କ ଥିବା ଚର୍ଚ୍ଚା ଜୋର ଧରିଛି ।

ବୁଧବାର ବିଳମ୍ବିତ ରାତିରେ ସେ ରହୁଥିବା ଭଡା ଘର କବାଟ ବନ୍ଦ କରି ଦେଇ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ତାଙ୍କୁ ଘର ପଛ ପଟେ ଉପରୁ ପଶି ଜଣେ ପୋଲିସ ଅଧିକାରୀ ଓ କିଛି ପଡ଼ୋଶୀ ଉଦ୍ଧାର କରି ସଇଁତଳା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଓ ପରେ ସେଠୁ ତୁରନ୍ତ ବଲାଙ୍ଗୀର ମ୍ୟାଡ଼ିକାଲ କଲେଜ ଡାକ୍ତରଖାନା ସ୍ଥାନାନ୍ତର କରାଯାଇ ଥିଲା । ସେ କେଉଁଠି ଓ କିଭଳି ଅଛନ୍ତି ସେ ନେଇ ବିଭିନ୍ନ ପ୍ରକାର ଆଲୋଚନା ହେଉଛି । ଏ ନେଇ ଏସ ଡି ପି ଓ ତୁଫାନ ବାଗ ଚିକିତ୍ସାଧୀନ ଥିବା କହିଛନ୍ତି ।