1. Big News : ଗଞ୍ଜେଇ ସହ ସ୍କୁଟି ଜବତ,, ଅଭିଯୁକ୍ତ ଗିରଫ

0
55
ଗଞ୍ଜେଇ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୭/୦୮) : ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ଗତ କାଲି ପେଟ୍ରୋଲିଂ କରୁଥିବା ସମୟରେ ସହରର କୁଞ୍ଜ ଛକ ନିକଟରୁ ଏକ ମେରୁନ ରଂଗ ସ୍କୁଟିରୁ ୧୨ କେଜି ୬୦୦ ଗ୍ରାମ ଗଞ୍ଜେଇ ଜବତ କରିଛି l

OD -17- X- 9771 ନମ୍ବର ମେରୁନ ରଙ୍ଗ ସ୍କୁଟିରୁ ଏହି ଗଞ୍ଜେଇ ଜବତ କରିଥିବା ବେଳେ ସ୍କୁଟି ସହିତ ଜଣେ ଅଭିଯୁକ୍ତକୁ ଗିରଫ କରିଛି I ଗିରଫ ଅଭିଯୁକ୍ତ ହେଲେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଥାନା ଅନ୍ତର୍ଗତ ଟେଭାପଦର ଗ୍ରାମର ସଂଗ୍ରାମ କୁମାର କର୍ଡିଆ (୨୭) ବୋଲି ଜଣାପଡିଛି I ସୋନପୁର ଥାନାରେ ଏ ନେଇ ( PS Case No.198 /25/8/23 U/s 20( b) (ii) ( B) NDPS Act. ରେ ଏକ ମାମଲା ରୁଜୁ ହୋଇଛି l ସୋନପୁର ଥାନାରେ ଆଜି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରାଜ କିଶୋର ମିଶ୍ର ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l

ଏହି ସାମ୍ବାଦିକ ସମ୍ବିଳନୀ ରେ ସୋନପୁର ଥାନା IIC ପଦ୍ମାସିନୀ ମେହେର ଉପସ୍ଥିତ ଥିଲେ l ଚଢ଼ାଉ ରେ ଏସ.ଆଇ.ସସ୍ମିତା ଭୁତିଆ, କନେଷ୍ଟବଳ ସୁରେନ୍ଦ୍ର ଦଳେଇ, ସୁଜାତା ମିଞ୍ଜ, ଓ ଏ ପି ଏଫ ପ୍ରଭାସ ମଲ୍ଲିକ ଓ ହୋମ ଗାର୍ଡ ଡ୍ରାଇଭର ସତ୍ୟପ୍ରକାଶ ଥନାପତି ପ୍ରମୁଖ ସାମିଲ ଥିଲେ l ତେବେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିବା ବେଳେ ଏହାର ଲିଙ୍କକୁ ନେଇ ଅଧିକ ଅନୁସନ୍ଧାନ ଜାରି ରହିଥିବା ସୂଚନା ମିଳିଛି l