1. Big News : ଗଞ୍ଜାମ ରୂ ଆସି ଗଜପତି ରେ ରେଷ୍ଟ !

0
98
ଗଞ୍ଜାମ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୬/୮) : ଗଞ୍ଜାମ ରୂ ଆସି ଗଜପତି ରେ ରେଷ୍ଟ ! : ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ତଥା 5T ସଚିବ ଙ୍କ ହଠାତ ଗଜପତି ଗସ୍ତ ଓ ରହଣି ଜିଲ୍ଲା ରେ ଆଲୋଡନ ସୃଷ୍ଟି କରିଛି ।

ଗତକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ବ୍ୟକ୍ତିଗତ ସଚିବ ଓ 5T ସଚିବ ଶ୍ରୀ ଭି. କେ. ପାଣ୍ଡିଆନ ଙ୍କ ଗଞ୍ଜାମ ଜିଲ୍ଲା କୁ ଗସ୍ତ ପୂର୍ବରୁ ନିର୍ଦ୍ଧାରିତ ଥିଲା, ଗୋପାଳପୁର ବିଧାୟକ ଙ୍କୁ ବିଜେଡି କର୍ମୀ ଙ୍କ ହଲା ବୋଲ ଓ ଅଣ୍ଡା ମାଡ଼ ଓ ଅଣାୟତ ପରିସ୍ଥିତି ସୃଷ୍ଟି ଉପୁଜିଥିଲା । ପାରେ ଶ୍ରୀ ପାଣ୍ଡିଆନ ମଞ୍ଚ ରୂ ବିଧାୟକ ଙ୍କ ନାମ ନ ନେଇ ପରୋକ୍ଷ ଭାବେ ସମାଲୋଚନା କରିଥିଲେ । ଏହା ପାରେ ବିରୋଧୀ ଦଳ ମାନଙ୍କ ତରଫରୁ ଏହାକୁ ନିନ୍ଦା କରାଯାଇ ଥିଲା ।

ଶ୍ରୀ ପାଣ୍ଡିଆନ ହଠାତ ଗଜପତି ର ପାରଳାଖେମୁଣ୍ଡି ରେ ପହଂଚି ମୁଖ୍ୟ ଡାକ୍ତର ଖାନା, ପୋଲିସ ଷ୍ଟେସନ ପରିଦର୍ଶନ କରିଥିଲେ, ଏହି ଖବର ଶେଷ ମୁହୂର୍ତ୍ତ ରେ ପହଞ୍ଚିଥିଲା, ଯାହାଫଳରେ ପ୍ରଶାସନ କୁ ନାକେଦମ ହେବାକୁ ପଡିଥିଲା, ହଠାତ ସେ ଭୁବେନେଶ୍ୱର ନ ଯାଇ ଗଜପତି କୁ କାହିଁକି ରେଷ୍ଟ ପାଇଁ ଉଚିତ ମାନେ କଲେ ? ନା ଆଉ କଣ ବିଷୟ ଥିଲା, ଗଜପତି ରେ ବି ବିଜେଡି ରେ ଗୋଷ୍ଟୀବାଦ ରହିଥିବା ରାଜନୈତିକ ପଣ୍ଡିତ ମାନେ ଅନୁମାନ କରୁଛନ୍ତି, ଏଣୁ ପାଣ୍ଡିଆନ ଙ୍କ ଗଜପତି ଗସ୍ତ ପଛେରେ କି ରହସ୍ୟ ରହିଛି ।