1. Big News : ସିକ୍ୟୁରିଟି ଗାର୍ଡକୁ ହତ୍ୟା କଲା ସିକ୍ୟୁରିଟି ଗାର୍ଡ

0
65
ସିକ୍ୟୁରିଟି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବୌଦ୍ଧ, (୨୮/୦୮) : ସିକ୍ୟୁରିଟି ଗାର୍ଡକୁ ହାଣି ହତ୍ୟାକଲା ଅନ୍ୟ ଜଣେ ସିକ୍ୟୁରିଟି ଗାର୍ଡ । ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଖୁଣ୍ଟିଆପଡ଼ା ଯୋଗୀଭୋଗୋରା ରେଲୱେ ବ୍ରିଜ ନିକଟରେ ।

ମୃତକ ରାଉତବାହାଲ ଗ୍ରାମର ରଞ୍ଜନ ପ୍ରଧାନ । ପୁଲିସ ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡ ପ୍ରକାଶ ବେହେରାକୁ ଗିରଫ କରିଛି । ପ୍ରକାଶଙ୍କ ଘର ଖୁଣ୍ଟିଆପଡ଼ା ଗ୍ରାମରେ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ ଯୋଗୀଭଗୋରା ଗ୍ରାମରେ ନିର୍ମାଣାଧୀନ ରେଳ ପ୍ରକଳ୍ପ କାର୍ଯ୍ୟକୁ ସୁରକ୍ଷା ଦେବା ପାଇଁ ଗାର୍ଡ ନିଯୁକ୍ତ କରାଯାଇଥିଲା । ରାତିରେ ଜଣେ ଗାର୍ଡ ଜଗୁଥିବା ବେଳେ ଦିନରେ ଜଣେ ଗାର୍ଡ ଜଗୁଥିଲେ । ରାତିରେ ରଞ୍ଜନ ଦାୟିତ୍ୱରେ ରହୁଥିବା ବେଳେ ଦିନରେ ପ୍ରକାଶ ରହୁଥିଲେ ।

ଗତକାଲି ରାତିରେ ରଞ୍ଜନ ଦାୟିତ୍ୱ ଥିବା ବେଳେ ପ୍ରକାଶ ଘଟଣାସ୍ଥଳରେ ପହଞ୍ଚିଥିଲେ । କୌଣସି କଥାକୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହି ବଚସା ଉଗ୍ରରୂପ ନେଇଥିଲା । ପରେ ପ୍ରକାଶ ଏକ ଟାଙ୍ଗିଆ ଆଣି ରଞ୍ଜନ ହାଣି ହତ୍ୟା କରିଥିଲେ । ଘଟଣାସ୍ଥଳରେ ରଞ୍ଜନଙ୍କର ମୃତ୍ୟୁ ଘଟିଥିଲା । ପରେ ପ୍ରକାଶ ଥାନାରେ ଯାଇ ଆତ୍ମସର୍ମପଣ କରିଥିଲେ । ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପଠାଇଛି ଓ ଘଟଣାର ତଦନ୍ତ କରୁଛି ।