1. Big News : ନୀଳଗିରି ରେ ହାତୀ ଆତଙ୍କ, ଭାଙ୍ଗିଲା ଘର

0
70
ନୀଳଗିରି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୨୮/୦୮) : ନୀଳଗିରି ଏନଏସି ରେ ହାତୀ ଆତଙ୍କ । ଝାଡ଼ଖଣ୍ଡ ରୁ ଆସିଥିବା ଦୁଇଟି ଦନ୍ତା ହାତୀ ନୀଳଗିରି ବିଭିନ୍ନ ସ୍ଥାନରେ ବ୍ୟାପକ ଉପଦ୍ରବ ଚଳାଇଛନ୍ତି ।

ଗତକାଲି ମଧ୍ୟରାତ୍ରରେ ନୀଳଗିରି ଏନଏସି ଅଧିନ ୩ ନମ୍ବର ୱାର୍ଡ଼ ଚତୁରିସାହି ଗ୍ରାମରେ ଦୁଇଟି ଦନ୍ତା ପଶି ଘର ଭାଙ୍ଗିବା ସହ ଆତଙ୍କ ଚଳାଇ ଥିଲେ। ବିରେନ୍ଦ୍ର ସିଂଙ୍କ ଘର ଭାଙ୍ଗିବା ସହ ଭାତ ହାଣ୍ଡି, ଆସବାପତ୍ର ନଷ୍ଟ କରିଛନ୍ତି । ଘର ଭିତରେ ପରିବାର ଶୋଇଥିବା ବେଳେ ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି । ସେହିପରି କାହ୍ନୁ ସିଂ ଙ୍କ ବାଡ଼ ଭାଙ୍ଗି ଆସବାପତ୍ର ନଷ୍ଟ କରିଛନ୍ତି ।

ମୋହନ ସିଂ ଙ୍କ ପରିବାର ମଧ୍ୟ ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ରାତି ସାରା ଗାଁ ଲୋକେ ଉଜାଗର ହୋଇ ହାତୀଙ୍କ ପାଖରୁ ପରିବାରଙ୍କୁ ସୁରକ୍ଷା ଦେବାରେ ଲାଗି ପଡିଛନ୍ତି । ତେବେ ବନ ବିଭାଗ ଆସି ହାତୀ ଘଉଡ଼ାଇ ଥିବା ବେଳେ ଦୁଇଟି ହାତୀ କୁଳଡିହା ଅଭୟାରଣ୍ୟ ସୀମାନ୍ତ ଜଙ୍ଗଲରେ ରହିଛନ୍ତି । ତେବେ କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ପ୍ରଦାନ କରିବାକୁ ଦାବି ହୋଇଛି ।