1. Shocking News: ଯୁବକଙ୍କ ମୃତଦେହ ଗାଁ ଦାଣ୍ଡରୁ ଉଦ୍ଧାର; ହତ୍ୟା ଅଭିଯୋଗ

0
67
ଯୁବକଙ୍କ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବୌଦ୍ଧ, (୩୧/୦୮) : ଯୁବକଙ୍କୁ ହତ୍ୟା କରି ଗାଁ ଦାଣ୍ଡରେ ପକାଇଦେଇ ପଳାଇଲେ ଦୁର୍ବୃତ୍ତ। ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ତାକୁଡ ଗାଁ’ରେ ।

ଯୁବକଙ୍କ ମୃତଦେହ ଗାଁ ଦାଣ୍ଡରୁ ଉଦ୍ଧାର; ହତ୍ୟା ଅଭିଯୋଗ : ମୃତ ଯୁବକ ଜଣଙ୍କ ହେଲେ ଲେଣ୍ଡି ଗାଁ’ର ରମେଶ ବାରିକ । ରମେଶଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି । ସୂଚନା ଅନୁଯାୟୀ, ଆଜି ସକାଳେ ଗାଁତୀରନ୍ଦାଜୀ ଙ୍କୁ ବୌଦ୍ଧ ଜିଲ୍ଲାପାଳ ଙ୍କ ଶୁଭେଚ୍ଛା ଦାଣ୍ଡରେ ରମେଶଙ୍କ ମୃତଦେହ ପଡ଼ିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଏ ନେଇ ବୌଦ୍ଧ ଆଦର୍ଶ ଥାନା ପୁଲିସକୁ ଖବର ଦେଇଥିଲେ । ଏହାସହ ରମେଶଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିବାକୁ ଗଲେ ରମେଶଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ଫିଙ୍ଗି ପଳାଇଥିବା ସନ୍ଦେହ କରାଯାଉଛି । ରମେଶଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ରମେଶଙ୍କୁ କିଏ ଓ କାହିଁକି ହତ୍ୟା କଲା, ତାଙ୍କର କାହା ସହିତ ପୂର୍ବ ଶତ୍ରୁତା ଥିଲା ନା ଆଉ କିଛି କାରଣ ଅଛି ତାହା ଜଣାପଡ଼ି ନାହିଁ। ପୁଲିସ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି।