1. Shocking News: ପୁରୀରେ ଯୁବକଙ୍କୁ ପିଟି ପିଟି ହତ୍ୟା

0
60
ପୁରୀରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ // //
ପୁରୀ, (୩୧/୦୮) : ପୁରୀରେ ଯୁବକଙ୍କୁ ପିଟି ପିଟି ହତ୍ୟା । ସହରର କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଜଟିଆ ବାବାଜୀ ଛକରେ ଆଜି ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ଯୁବକଙ୍କ ନାଁ ଲଡୁ ନାୟକ । ତାଙ୍କ ଘର ନରେନ୍ଦ୍ରକୋଣ ଗୋପବନ୍ଧୁ କଲୋନୀରେ ।

ପୁରୀରେ ଯୁବକଙ୍କୁ ପିଟି ପିଟି ହତ୍ୟା : ଲଡ଼ୁଙ୍କର ଆଜି କିଛି ଲୋକଙ୍କ ସହିତ ଝଗଡ଼ା ହୋଇଥିଲା । ସେହି ଲୋକମାନେ ମଧ୍ୟ ଗୋପବନ୍ଧୁ କଲୋନୀର । ଝଗଡ଼ା ବେଳେ ହଠାତ୍ ତିନି/ଚାରି ଜଣ ଲୋକ ସଂଘବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରିଥିଲେ । ସେମାନେ ତାଙ୍କୁ ଲୁହା ପାଇପରେ ପିଟିଥିଲେ । ଲଡୁ ନାୟକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଲଡୁ ତଳେ ପଡ଼ିଯିବା ପରେ ଆକ୍ରମଣକାରୀମାନେ ଫେରାର ହୋଇଯାଇଥିଲେ । ଏହା ପରେ ତାଙ୍କୁ ଉଦ୍ଧାର କରାଯାଇ ପୁରୀ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କୁମ୍ଭାରପଡ଼ା ଥାନା ପୁଲିସ ଘଟଣାର ତଦନ୍ତ କରୁଛି ।