1. Best Political News: ନାରିଗାଁ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ଭା.ଜ.ପା.ନେତା ଓ କର୍ମୀ

0
89
ନାରିଗାଁ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୩୧/୮) : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକ୍ କୁମୁଲି ମଣ୍ଡଳର ନାରିଗାଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଭାରତୀୟ ଜନତା ପାର୍ଟିର କର୍ମୀମାନଙ୍କ ଗହଣରେ ନେତା ଗୌତମ ସାମନ୍ତରାୟ ତାଲା ପକାଇଛନ୍ତି ।

ନାରିଗାଁ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ଭା.ଜ.ପା.ନେତା ଓ କର୍ମୀ : ପ୍ରତି କ୍ଷେତ୍ରରେ ଦୁର୍ନୀତିକୁ ବିରୋଧ କରି ଭା.ଜ.ପା. ତରଫରୁ ଏହି ପଦକ୍ଷେପ ନିଆ ଯାଇଥିବା ଜଣା ପଡିଛି । ଅଭିଯୋଗ ପ୍ରକାରେ ପାନୀୟ ଜଳ ଯୋଗାଣରେ ଅନିୟମିତତା, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ତୁଷ୍ଟିକରଣ ଚାଲିଥିବା ସହ କେବଳ ଫାଇଲ ପତ୍ରରେ ଉନ୍ନୟନ ମୂଳକ କାର୍ଯ୍ୟ ସବୁ ଚାଲିଥିବା ଅଭିଯୋଗ କରିଛନ୍ତି ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା । ଅନୁରୂପ ଭାବେ ବାର୍ଦ୍ଧକ୍ୟ ଭତ୍ତାରେ ହେରଫେର ଚାଲିଛି, ମଶାଣି ଘର ନାହିଁ।ଭିନ୍ନକ୍ଷମ ଲୋକଙ୍କ ସମସ୍ୟାର ସମାଧାନ ହେଉନାହିଁ ।

କିରାମ ଗୁଡ଼ା, ରାମପାତ୍ରପୁଟ, ନାରିଗାଁ ପ୍ରଭୃତି ଗ୍ରାମରେ ବିଭିନ୍ନ ସମସ୍ୟା ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି । ପ୍ରାୟ ୩ ଘଣ୍ଟା ଧରି ଚାଲିଥିବା ଏହି ଧାରଣାରେ କୈବର୍ତ୍ତ କେଶବ ସାମନ୍ତରାୟଙ୍କ ସହ ଭା.ଜ.ପା.ନେତା ଗୌତମ ସାମନ୍ତରାୟ, ଗୌରୀଶଙ୍କର ଷଡ଼ଙ୍ଗୀ, ପି. ଭାସ୍କର ରାଓ, ରାବଣା ରାଓ, ପଦ୍ମଚରଣ ଷଡ଼ଙ୍ଗୀ, ବୃନ୍ଦାବନ ଷଡ଼ଙ୍ଗୀ, ନରେନ୍ଦ୍ର ପେଣ୍ଠିଆ, ଡମ୍ବରୁଧର ଦାସ, ବିଘ୍ନେସ ରାଓ ପ୍ରମୁଖ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ବିରୋଧ ପ୍ରଦର୍ଶନ କରିଥିବା କଜଣାପଡିଛି । କଣାଗାଁ ପଞ୍ଚାୟତରେ ଅନୁରୂପ ଭାବେ ବିକ୍ଷୋଭ ପ୍ରଦର୍ଶନ ବେଳେ ପ୍ରଶାସନ ତରଫରୁ ଗ୍ରାମ ରୋଜଗାର ସେବକ ଦାବୀପତ୍ର ଗ୍ରହଣ କରିଥିବା ବେଳେ ନାରିଗାଁରେ କେହି ଜଣେ ମଧ୍ୟ କର୍ମଚାରୀ କାର୍ଯ୍ୟାଳୟରେ ନ ଥିବାରୁ ବିରୋଧ ପ୍ରଦର୍ଶନ ସହ ତାଲା ପକାଇ ଥିଲେ ଭାଜପା କର୍ମୀ ଓ ନେତା ।

P.E.O. ମାନଙ୍କ ଅନଶନ ଚଳାଇଥିବା ଯୋଗୁଁ ପ୍ରତିକ୍ରିୟା ମିଳିପାରି ନାହିଁ । ତେବେ ନାରିଗାଁ ଠାରୁ ମାତ୍ର ୩ କିଲୋମିଟର ଦୂରସ୍ଥ କାମତା ଗ୍ରାମରେ କୋରାପୁଟ ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ଭାସ୍କର ଭଟ୍ଟ ଏହି କାର୍ଯ୍ୟକ୍ରମ ବିଷୟରେ ସେ ଅବଗତ ନଥିବା ବିଷୟ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଆଶ୍ଚର୍ଯ଼୍ୟ ପ୍ରକଟ କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି ।