1. Shocking News: ଦିନ ଦ୍ୱିପ୍ରହରରେ କ୍ରମାଗତ ମନ୍ଦୀର ରୁ ଚୋରି ସତ୍ତ୍ବେ ପୋଲିସ କାର୍ଯ୍ୟନୁଷ୍ଠାନ ଶୂନ ନେଇ ଅସନ୍ତୋଷ

0
88
ଦିନ ଦ୍ୱିପ୍ରହର

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୦୨/୦୯) : ଦିନ ଦ୍ୱିପ୍ରହର ରେ ମନ୍ଦିର କବାଟ ଭାଙ୍ଗି ଭିତରେ ପଶି ମନ୍ଦିର ସାମଗ୍ରି ଚୋରି କରି ଚାଲି ଗଲେ ଦୁର୍ବୃତ, ହେଲେ ଚୋରି କରି ଥିବା ଉକ୍ତ ଅଭିଯୁକ୍ତ ଭିତର ଆଉ ଏକ ମୁଖ୍ୟ କବାଟ ଭାଙ୍ଗି ନ ପାରି ତାର ପର ଦିନ ପୁନଃ ସବୁ ସାମଗ୍ରୀ ଚୋରି କରିନେବା ଭଳି ଘଟଣା ନଜର କୁ ଆସିଛି ।

ପ୍ରକାଶ ଯେ, ଚୋର ରାତି ରେ ଚୋରି କରିବା ଜଣାଯାଏ ହେଲେ କ୍ରମାଗତ ଭାବରେ ଦିନ ଦ୍ୱିପ୍ରହର ରେ ଟିଟିଲାଗଡ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ନିକଟରେ ଥିବା କାଳୀ ମନ୍ଦିର ରୁ ଗତ ୮ ତାରିଖ ଦିନ ରେ କିଛି ଦୁର୍ବୃତ୍ତ ଚୋରି କରିବା ଓ ଆଉ ଏକ କବାଟ ଖୋଲି ନ ପାରି ଚାଲିଯାଇ ଥିଲେ । ମନ୍ଦିର ପୂଜକ ଶ୍ରୀ ଅଦ୍ରିଶ୍ୱରାନନ୍ଦ ସ୍ବାମୀ ଗତ ମାସ ୮ ତାରିଖ ରେ ଏହି ଚୋରି ନେଇ ଟିଟିଲାଗଡ ଥାନା ରେ ଅଭିଯୋଗ କରିଥିଲେ । ପୋଲିସ ଉକ୍ତ ଅଭିଯୋଗ ପାଇଥିବା ପର ଦିନ ୯ ତାରିଖ ଠିକ୍ ପୂର୍ବବତ ଉକ୍ତ ଦୁର୍ବୃତ୍ତ ଆସି ମନ୍ଦିର ର ଉକ୍ତ ମୁଖ୍ୟ ଦ୍ଵାର କବାଟ ଭାଙ୍ଗି ନଗଦ ୪୦ ହଜାର ସହ ସୁନା, ରୂପା ଅଳଙ୍କାର ସବୁ ନେଇ ଫେରାର ହୋଇ ଯାଇଥିଲେ ।

ମନ୍ଦିର ପୂଜକ ଶ୍ରୀ ନନ୍ଦ ପୁନଃ ମଦିର ରୁ ଚୋରି ଜିନିଷ ନେଇ ଥାନା ରେ ଜଣାଇ ଥିଲେ । ହେଲେ ପୋଲିସ ପକ୍ଷରୁ ବର୍ତମାନ ସୁଦ୍ଧା କିଛି ପଦକ୍ଷେପ ଗ୍ରହଣ ନ କରି ଥିବା ବେଳେ ଏକୁଟିଆ ମନ୍ଦିର ପୂଜକ ଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ଆମ ନିକଟରେ ଜଣାଇ ପୋଲିସ ପକ୍ଷରୁ ଏଭଳି ଖାମ୍ ଖିଆଲ ନୀତି କେତେ ଯୁକ୍ତି ଯୁକ୍ତ ବୋଲି ପ୍ରକାଶ କରିଛନ୍ତି ।

ସେହିପରି ଉକ୍ତ ଚୋରି ରେ ସଂଶ୍ଳିଷ୍ଟ ଯୁବକ ଖୋଲା ଖୋଲି ଉକ୍ତ ସାମଗ୍ରୀ ବିକ୍ରି କରିବା ଚେଷ୍ଟା ଚଳାଇଥିବା ଓ ଏକ ନିର୍ଦ୍ଦିଷ୍ଟ ସ୍ଥାନ ରେ ଗଛିତ ରଖିଥିବା ଜାଣି ପୋଲିସ କୁ ସୂଚନା ଦେଇଥିଲେ। ହେଲେ ପୋଲିସ ନିକଟକୁ ବାରମ୍ୱାର ଧାଇଁ ନିରାଶ ହୋଇ ଚାଲିବା ସାର ହୋଇଛି । ଏ ନେଇ ବିଭାଗୀୟ ମୁଖ୍ୟ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବିଭିନ୍ନ ମହଲ ରୁ ଦୃଢ଼ ଦାବି ସହ ଘଟଣା ର ନିନ୍ଦା କରାଯାଉଛି ।