1. Big News: ଖୁଜେନପାଲିରେ ଦେଶୀ ମଦଭାଟିକୁ ବିରୋଧ : ମଦଭାଟି ରୁ ମଦ ଆଣି ରାସ୍ତାରେ ନଷ୍ଟ କଲେ ଗ୍ରାମବାସୀ

0
63
ଖୁଜେନପାଲିରେ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୦୧/୦୯) : ବଲାଙ୍ଗିର ଖୁଜେନପାଲିରେ ଦେଶୀ ମଦଭାଟିକୁ ବିରୋଧ କରି ମଦ ଜରି ପ୍ୟାକେଟ ଗୁଡିକ ଭାଟି ରୁ ଆଣି ରାସ୍ତାରେ ନଷ୍ଟ କରି ସବୁ ଭାଟି ର ବିଭିନ୍ନ ସାମଗ୍ରୀ ରାସ୍ତାରେ ପୋଡ଼ି ଦେଇଥିଲେ ଗ୍ରାମ ବାସି ।

ଖୁଜେନପାଲିରେ ଦେଶୀ ମଦଭାଟିକୁ ବିରୋଧ : ମଦଭାଟି ସାମ୍ନାରେ ଉତ୍ତେଜନା ଓ ଜଳାପୋଡା ନେଇ ଗ୍ରାମବାସୀ ପୂର୍ବରୁ ଲିଖିତ ଅଭିଯୋଗ ବାରମ୍ୱାର କରି କୌଣସି ସୁଫଳ ନ ମିଳିବାରୁ ଏଭଳି ଘଟଣା ଘଟିଛି ବୋଲି ପ୍ରକାଶ କରିଛନ୍ତି ଲୋକେ । ଦୀର୍ଘଦିନ ହେଲା ମଦଭାଟିକୁ ବିରୋଧ କରୁଥିଲେ ଗ୍ରାମବାସୀ । ପ୍ରଶାସନ ପଦକ୍ଷେପ ନନେବାରୁ ଗାଁ ଲୋକ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି । ବଲାଙ୍ଗୀର ରୁ ଦୁଇ କିମି ଦୂର ଖୁଜେନପାଲିରେ ଏକ ନୂଆ ଦେଶୀମଦଭାଟି ଖୋଲିଥିଲା ।

ମାତ୍ର ପାଖରେ ସ୍କୁଲ ଓ ମନ୍ଦିର ଥିବାରୁ ଏହି ମଦଭାଟିକୁ ଗାଁ ଲୋକେ ତିବ୍ର ବିରୋଧ କରିଥିଲେ । ଫଳରେ ପୋଲିସ ଉପସ୍ଥିତରେ ଗାଁ ଲୋକେ ମଦପାଉଚ ପୋଡିବା ସହ ଭଙ୍ଗାରୁଜା କରିଥିଲେ । ଏପରି ଏକ ଘଟଣା କୁ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ସହ ଏହି ଭାଟି ସ୍ଥାନାନ୍ତର ନ ହେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଆଉ ତୀବ୍ରତର କରିବାକୁ ଚେତାବନୀ ଦେଇଛନ୍ତି ।