ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ଗୁରୁ ଦିବସ ପାଳିତ

0
71
ବିଭିନ୍ନ

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରୀ, (୦୫/୦୯) : ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ର ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷା ଅନୁଷ୍ଠାନ ରେ ଗୁରୁ ଦିବସ ପାଳିତ ହୋଇଯାଇଛି lWhatsApp Image 2023-09-05 at 17.52.14

ଗୁଡ଼ାରୀ ବ୍ଲକର ବିଭିନ୍ନ ବିଦ୍ୟାଳୟ ଓ ହାଇସ୍କୁଲ, କଲେଜରେ ଏହି ଦିବସ ପାଳିତ ହୋଇଛି । ଡ଼. ସର୍ବପାଲୀ ରାଧାକୃଷ୍ଣଙ୍କ ପବିତ୍ର ଜନ୍ମ ଦିବସକୁ ଗୁରୁଦିବସ ରୂପେ ପାଳନ କରାଯାଉଛି । ମଙ୍ଗଳବାର ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଗୁଡ଼ାରୀ ଠାରେ ଗୁରୁଦିବସ ପାଳିତ ହୋଇସାରିଛି । ଏଇ ଅବସରରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ନୃସିଂହ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ଦିଲୀପ କୁମାର ସାହୁ ଉପଢୋକନ୍ ପ୍ରଦାନ ପୂର୍ବକ ଅତିଥିଙ୍କୁ ସମ୍ମାନିତ କରିଥିଲେ । ଡ଼ . ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୀବନୀ, ସେ କିପରି ଭାରତୀୟ ସଂସ୍କୃତିର ଗୁରୁ ଶିଷ୍ୟଙ୍କ ନିବିଡ଼ ସମ୍ପର୍କକୁ ସବୁଦିନ ପାଇଁ ବଜାୟ ରଖି ପାରିଲେ, ଆଉ ଆଜି ଶିକ୍ଷା କିପରି ବ୍ୟବସାୟ ଭିତ୍ତିକ ରୂପ ନେଇଛି, ସେଇ ବିଷୟକୁ ଉପସ୍ଥାପନା କରିଥିଲେ ପ୍ରଧାନ ଆଚାର୍ଯ୍ୟ ।