କାଶୀନଗର : ବିଭିନ୍ନ ଯାଗାରେ ଗୁରୁ ଦିବସ ପାଳିତ

0
132

ରିପୋର୍ଟ: ପ୍ରଣତି ସାବତ //
କାଶୀନଗର (୫/୯): ଆଜି ପବିତ୍ର ଗୁରୁ ଦିବସ କାଶୀନଗର ବ୍ଲକର ବିଭିନ୍ନ ଯାଗାରେ ଅନୁଷ୍ଠିତ ହୋଇ ଯାଇଛି | କାଶୀନଗର ବ୍ଲକର ବିଭିନ୍ନ ବିଦ୍ୟାଳୟ ଓ ହାଇସ୍କୁଲ, କଲେଜରେ ଏହି ଦିବସ ପାଳିତ ହୋଇଛି |

ଡ଼. ସର୍ବପାଲୀ ରାଧାକୃଷ୍ଣଙ୍କ ପବିତ୍ର ଜନ୍ମ ଦିବସକୁ ଗୁରୁଦିବସ ରୂପେ ପାଳନ କରାଯାଉଛି | ଆଜି କାଶୀନଗର ହାଇସ୍କୁଲ, ଶ୍ରୀ ରାମ କଲେଜ, ଜଗନାଥ କଲେଜ, ମଜାଲା ସାହି ଉଚ୍ଚ ବିଦ୍ୟାଳୟ ଠାରେ ଗୁରୁଦିବସକୁ ମହା ସମାରୋହରେ ପାଳିତ ହୋଇଛି | ଗୁରୁ ମାନଙ୍କୁ ଚନ୍ଦନ, ସିନ୍ଦୁର ଲଗାଇ ଆରତୀ କରି ପାଦ ବନ୍ଦନା କରିଥିଲେ | ସମସ୍ତଙ୍କୁ ପୁରସ୍କୃତ କରାଯାଥିଲା | ମଜାଲା ସାହି ବିଦ୍ୟାଳୟରେ ପିଲାମାନେ ଏକ ଅଭିନଵ ପ୍ରକାରେ ଗୁରୁଜନଙ୍କୁ ପାଛୋଟି ନେଇ ଆସନରେ ବସାଇ ସିନ୍ଦୁର, ଚନ୍ଦନ ଦେଇ ବନ୍ଦାପନା କରି ପାଦ ସ୍ବର୍ଶ କରି ଆଶୀର୍ବାଦ ନେଇଥିଲେ | ରୂପଶ୍ରୀ ପାତ୍ର ଗୁରୁ ବନ୍ଦନା ଗାନ କରିବା ପରେ ଭାଷଣ ଆରମ୍ଭ ହୋଇଥିଲା | ପିଲାମାନେ ଏକାଗ୍ରତା ଓ ଇଛା ବଳରେ ସବୁ କାର୍ଯ୍ୟ ସାଧନା କରି ପାରିବେ ବୋଲି ମୁଖ୍ୟ ବକ୍ତା ଶ୍ରୀ ଜଗଦୀଶ ପାତ୍ର କହିଥିଲେ | ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଗୁରୁଜନ ମାନଙ୍କୁ ହାତ ଘଡି ମାନ ଉପହାର ଦେଇଥିଲେ |