ବାଇକ ଦୁର୍ଘଟଣା ରେ ଜଣେ ଗୁରୁତର

0
71
ବାଇକ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୦୫/୦୯) :କଳାହାଣ୍ଡି ଜିଲ୍ଲା କେଗାଁ ରୁ ଟିଟିଲାଗଡ କୁ ଏକ ବାଇକ ଯୋଗେ ଆସୁଥିବା କୁବଲ୍ ବାଗ (୪୫) ନାମକ ଜଣେ ବ୍ୟକ୍ତି ଟିଟିଲାଗଡ ଥାନା ଅନ୍ତର୍ଗତ ମାର୍ଲାଡ ଗ୍ରାମ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇ ଥିବା ବେଳେ ଗୁରୁତର ଅବସ୍ଥାରେ ଟିଟିଲାଗଡ ଡାକ୍ତରଖାନା କୁ ଆଣି ଭର୍ତି କରାଯାଇଛି ।

ପ୍ରକାଶ ଯେ,ଉକ୍ତ କୁବଲ ନିଜ ବାଇକ ରେ ଅନ୍ୟ ଜଣେ ଯୁବକ ସହ ଆସୁଥିବା ବେଳେ ହଠାତ୍ ମାରଲାଡ ଗ୍ରାମ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇ ଥିଲେ । ଟିଟିଲାଗଡ ଆଣି ଭର୍ତି କରିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବା ଓ କାନ ରୁ ପ୍ରଚୁର ରକ୍ତ ସ୍ରାବ ହେବା କହି ଡାକ୍ତର ବଲାଙ୍ଗୀର ମ୍ୟାଡ଼ିକଲ କଲେଜ ଡାକ୍ତର ଖାନା ସ୍ଥାନାନ୍ତର କରି ଛନ୍ତି । ବିନା ହେଲମେଟ ଯୋଗୁଁ ଏଭଳି ଗୁରୁତର ଆହତ ହୋଇଥିବା ଜଣାପଡିଛି ।