AAP ର ସଦସ୍ୟତା ପ୍ରଶିକ୍ଷଣ ଓ ଗାଁ କୁ ଚାଲ ଅଭିଯାନ

0
47
AAP

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୬/୦୯) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଆମ ଆଦମୀ ପାର୍ଟିର ଗାଁ କୁ ଚାଲ ଅଭିଯାନ

ସଦସ୍ୟତା ସଂଗ୍ରହ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲା ସଭାପତି ସୁରେଶ କଲତା ଉପ ସଭାପତି ପୃଥିରାଜ ଜଗଦଲା, ଙ୍କ ନେତୃତ୍ବରେ ଉଲୁଣ୍ଡା ବ୍ଳକ ପର୍ଯ୍ୟବେକ୍ଷକ ରଞ୍ଜନ ମେହେର, ସୁବର୍ଣ୍ଣପୁର ଜିଲ୍ଲାର ପର୍ଯ୍ୟବେକ୍ଷକ ରଞ୍ଜନ ବଗର୍ତ୍ତୀ, ବାଙ୍କା ଭୋଇ ବୀରମହାରାଜପୁର ବ୍ଲକ ସଭାପତି ମାଧବ ମହାକୁର, ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଘନଶ୍ୟାମ ଭୋଇ,ଖଣ୍ଡହତା ଗ୍ରାମ ପଞ୍ଚାୟତ ସଭାପତି, ଶଙ୍କର୍ଷଣ ସାହୁ, ରତନରାଜ କର୍ମୀ, ବ୍ରଜମୋହନ ପଣ୍ଡା ଗୌରୀ ଶଙ୍କର ହୋତା ପ୍ରମୁଖ ଯୋଗ ଦେଇଥିଲେ । ଲୁତୁରପଙ୍କ ଗ୍ରାମ ପଞ୍ଚାୟତ ନିକଟ ମେଟାକାନି ସାପ୍ତାହିକ ବଜାର ମଣ୍ଡପ ରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ବିଭିନ୍ନ ପଞ୍ଚାୟତ ର ସଦସ୍ୟ ଓ ପଞ୍ଚାୟତ ସଭାପତି ମାନେ ସଦସ୍ୟତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମୋବାଇଲ ଫୋନ ମାଧ୍ୟମରେ ସଦସ୍ୟତା ଗ୍ରହଣ କରି ପାରିବେ ତାହା ପ୍ରାଞ୍ଜଳ ଭାବେ ପ୍ରଶିକ୍ଷଣ ଦେଇଥିଲେ । ଆଗାମୀ ନିର୍ବାଚନ ରେ ଓଡ଼ିଶା ରେ ମଧ୍ୟ ଆମ୍ ଆଦମୀ ସରକାର ଦରକାର କହି ଏକ ସୁଯୋଗ ଦେବାକୁ ତଥା ଶିକ୍ଷା ସ୍ବାସ୍ଥ୍ୟ ବିଜୁଳି ପାଣି ଓ ରୋଜଗାରର ସଫଳ ରାଜନୀତି କୁ ଓଡ଼ିଶାରେ ମଧ୍ୟ ଦରକାର କହି ଜନସାଧାରଣ ଙ୍କୁ ଅପିଲ କରାଯିବାସହ ଗାଁ କୁ ଚାଲ ଅଭିଯାନ ମାଧ୍ୟମରେ ଜନସଚେତନତା କାର୍ଯ୍ୟକ୍ରମ କରାଯାଇଥିବା ଦେଖିବାକୁ ମିଳିଛି ।