ପୁରୀ କେନାଲରେ ବୁଡ଼ି ଗଲେ ଛାତ୍ର : ମିଳୁନି ପତ୍ତା

0
59
ପୁରୀ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୦୬/୦୯) : ପୁରୀ କେନାଲରେ ବୁଡ଼ି ଜଣେ ଛାତ୍ର ନିଖୋଜ ହୋଇଯାଇଛନ୍ତି । ନିଖୋଜ ଛାତ୍ର ଜଣଙ୍କ ହେଲେ ଝାରପଡ଼ା ଅଞ୍ଚଳର ଜୟଦେବ ପ୍ରସାଦ ।

ଗତକାଲି ସନ୍ଧ୍ୟା ସମୟରେ ବାଲିଅନ୍ତା ଅଲାରପୁର ନିକଟରେ ଥିବା ପୁରୀ କେନାଲ ନିକଟକୁ ୬ଜଣ ଛାତ୍ରମାନେ ବୁଲିବାକୁ ଯାଇଥିଲେ । ପରେ ଛାତ୍ରମାନେ ପୁରୀ କେନାଲରେ ଗାଧୋଇଥିଲେ। ଏହି ସମୟରେ ଜୟଦେବଙ୍କ ଗୋଡ଼ ଖସିଯାଇଥିଲା । ସେ ପାଣିରେ ବୁଡ଼ି ଯାଇଥିଲେ।ଅନ୍ୟମାନେ ଛାତ୍ରମାନେ ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ ।

ଅଗ୍ନିଶମ ବାହିନୀ ପହଞ୍ଚି ନିଖୋଜ ଛାତ୍ରଙ୍କୁ ଖୋଜାଖୋଜି କରିଥିଲେ ହେଲେ ପାଇ ନଥିଲେ । ଅଧିକ ରାତି ହେବାରୁ ଆଉ ଖୋଜାଖୋଜି କରି ନ ଥିଲେ। ଆଜି ସକାଳେ ନିଖୋଜ ଛାତ୍ରଙ୍କୁ ଅଗ୍ନିଶମ ବାହିନୀ ଖୋଜାଖୋଜି କରୁଛନ୍ତି। ଏପର୍ଯ୍ୟନ୍ତ ଉକ୍ତ ଛାତ୍ରଙ୍କର କୌଣସି ପତ୍ତା ମିଳିନାହିଁ ।