ଟ୍ରକ୍‌କୁ ପଛରୁ ପିଟିଲା କାର୍‌

0
54
ଟ୍ରକ୍‌କୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବରଗଡ଼, (୦୬/୦୯) : ଭୟଙ୍କର ଦୁର୍ଘଟଣା । ଜଣେ ମୃତ, ଦୁଇ ଗୁରୁତର । ବଲାଙ୍ଗିର-ବରଗଡ଼ ଜାତୀୟ ରାଜପଥର ଡୁଙ୍ଗୁରିପାଲି ଚିନାଜୁରୀ ଢାବା ନିକଟରେ ଘଟିଛି ଏହି ଦୁର୍ଘଟଣା ।

ଚିନାଜୁରୀ ଢାବା ନିକଟରେ ଟ୍ରକ୍‌ଟି ଛିଡ଼ା ହୋଇଥିବା ବେଳେ ଏକ କାର ଦ୍ରୁତଗତିରେ ଆସି ଏହା ପଛରେ ପିଟି ହୋଇଥିଲା । କାରଟିର ଗତି ଏତେ ଅଧିକ ଥିଲା ଯେ ତାହା ଟ୍ରକ୍‌କୁ ପିଟିବା ପରେ ତା’ର ଅର୍ଦ୍ଧାଧିକ ଅଂଶ ଟ୍ରକ୍ ଡାଲା ତଳକୁ ପଶି ଯାଇଥିଲା । ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ଯୁବକଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ବରପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।