୩ଟି ନୂଆ ରୁଟରେ ଗଡିବ ‘ମୋ ବସ୍’ : ମାଷ୍ଟକକ୍ୟାଣ୍ଟିନ୍ ଠାରୁ ଜୟଦେବ ପୀଠ ଯିବ ବସ୍

0
148

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୦୪/୦୯) : ଆଉ ୩ଟି ନୂଆ ରୁଟରେ ଗଡିବ ‘ମୋ ବସ୍’ । ଏନେଇ କ୍ୟାପିଟାଲ ରିଜିଅନ ଅର୍ବନ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା କ୍ରୁଟ୍ କର୍ତ୍ତୃପକ୍ଷ କହିଛନ୍ତି ।

କ୍ରୁଟ୍ ପକ୍ଷରୁ କୁହାଯାଇଛି ଯେ ଲୋକଙ୍କ ଆବଶ୍ୟକତାକୁ ଲକ୍ଷ୍ୟ କରି ୩ଟି ନୂଆ ରୁଟରେ ଗଡିବ ‘ମୋ ବସ୍ | ନୂତନ ଭାବେ ୭୧ ନମ୍ବର ରୁଟ୍ ଆରମ୍ଭ ହେବ । ଏହା ବରମୁଣ୍ଡାରୁ ରସୁଲଗଡ଼ ଦେଇ କୋଣାର୍କ ପର୍ଯ୍ୟନ୍ତ ଯିବ । ସେହିପରି ଆଉ ଏକ ନୂଆ ରୁଟ୍ ନମ୍ବର ହେଉଛି ୩୫ । ଏହା ମାଷ୍ଟକକ୍ୟାଣ୍ଟିନ୍ ଠାରୁ ଜୟଦେବ ପୀଠ ପର୍ଯ୍ୟନ୍ତ ଯିବ । ଆଚାର୍ଯ୍ୟ ବିହାରରୁ ନୀଳାଦ୍ରି ବିହାର ରୋଡ୍ ଦେଇ ପଟିଆ ପର୍ଯ୍ୟନ୍ତ ରୁଟ୍ ନମ୍ବର ୯ ଆରମ୍ଭ ହୋଇଛି । ଏହି ଅଞ୍ଚଳରେ ଅନେକ ପ୍ରମୁଖ ଡାକ୍ତରଖାନା ଥିବାରୁ ଏହି ରୁଟ୍ ଆରମ୍ଭ କରାଯାଇଛି ।

ପ୍ରତି ୩୦ ମିନିଟରେ ଏହି ସବୁ ରୁଟ୍ରେ ଉପଯୁକ୍ତ ଯାତ୍ରୀଙ୍କୁ ନେଇ ମୋ ବସ୍ ଯାତାୟତ କରିବ ବୋଲି କ୍ରୁଟ୍ କର୍ତ୍ତୃପକ୍ଷ କହିଛନ୍ତି । ଅନ୍ୟପକ୍ଷରେ ବରମୁଣ୍ଡାରୁ ପୁରୀ ଯିବା ପାଇଁ ରହିଥିବା ୫୧ ନମ୍ବର ରୁଟ୍କୁ ବନ୍ଦ କରି ଦିଆଯାଇଛି । ଅପେକ୍ଷାକୃତ କମ୍ ଯାତ୍ରୀ ହେଉଥିବାରୁ କ୍ରୁଟ୍ ଏଭଳି ନିଷ୍ପତ୍ତି ନେଇଛି ।