ଚତୁର୍ଥ ଆନ୍ତର୍ଜାତିକ ନୀଳ ଆକାଶ ସ୍ୱଚ୍ଛ ବାୟୁ ଦିବସ

0
60
ଚତୁର୍ଥ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୭/୦୯) : ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ସ୍ଥାନୀୟ ବିଜୁପଟ୍ଟନାୟକ ମହିଳା ଡିଗ୍ରୀ ମହାବିଦ୍ୟାଳୟ ସଭା ପ୍ରକୋଷ୍ଠ ରେ ଜିଲ୍ଲା ସ୍ତରୀୟ ଚତୁର୍ଥ ଆନ୍ତର୍ଜାତିକ “ନୀଳ ଆକାଶ ନିମନ୍ତେ ସ୍ୱଚ୍ଛ ବାୟୁ ” ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ୱରଂଜନ ପତି ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ ରମେଶ ଚନ୍ଦ୍ର ସ୍ୱାଇଁ, କଲେଜ ଅଧ୍ୟକ୍ଷା ରିତାରାଣୀ ପୂଜାରୀ, ଆଧ୍ୟପକ ମଦନ ସୁନ୍ଦର ଖେତୀ, ସଂଜୁରାଣୀ ସିଂ, ଏନ ସି ସି କାଉନସିଲର ପୁର୍ଣିମା ମିଶ୍ର, ରେଡ଼କ୍ରସ ସୋସାଇଟି କାଉନସିଲର, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ବୃନ୍ଦାବନ ସାହୁ ଓ ଏମ ଏନ ସି ଡି ଗୀତାଞ୍ଜଳି ମେହେର ପ୍ରମୁଖ ଅତିଥିଭାବେ ମଂଚାସୀନ ଥିଲେ l

ଅତିଥି ବୃନ୍ଦ ଦିବସ ପାଳନର ତାତ୍ପର୍ଯ୍ୟ ଓ ଆଭିମୁଖ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ l ସମାଜରେ ସ୍ୱଚ୍ଛ ବାୟୁ ସୃଷ୍ଟି କରିବାରେ ଆମସମସ୍ତ ଙ୍କ ଭୂମିକା କର୍ତ୍ତବ୍ୟ ସହ ଜଳବାୟୁ ପ୍ରଦୂଷଣ କୁ ରୋକିବା ନିମନ୍ତେ ବିଶେଷ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି l ସ୍ୱଚ୍ଛ ବାୟୁ ସ୍ୱାସ୍ଥ୍ୟ ପୂର୍ଣ୍ଣ ଜୀବଜଗତ ନିମନ୍ତେ ଅପରିହାର୍ଯ୍ୟ ରହିଥିବା କହିବା ସହ ପର୍ଯ୍ୟାବରଣ ର ଅହେତୁକ ସମୃଦ୍ଧି ନିମନ୍ତେ ପ୍ରତ୍ୟକ ସ୍ତରରେ ବଦ୍ଧ ପରିକର ହେବାକୁ ଆହ୍ୱାନ ଦେଇଛନ୍ତି l ସ୍ୱଚ୍ଛ ବାୟୁ ସୁସ୍ଥ ପରିବେଶ ସୁସ୍ଥ ସ୍ୱାସ୍ଥ୍ୟ ନିମନ୍ତେ ବିଶେଷ ଅପରିହାର୍ଯ୍ୟ ଏଣୁ ସ୍ୱଚ୍ଛ ବାୟୁ ସୃଷ୍ଟି ପାଇଁ ଆନ୍ତରିକତାର ସହ କାର୍ଯ୍ୟ କରିବାକୁ ଆଗେଇ ଆସିବାକୁ ପରାମର୍ଶ ଦେଇଛନ୍ତି ଅତିଥି ବୃନ୍ଦ l ଏ ବର୍ଷ ର ସ୍ଲୋଗାନ ଟୁଗେଦର ଫର କ୍ଲିନ ଏୟାର, l

ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ସାହୁଙ୍କ ତତ୍ୱାବଧାନରେ ପରିଚାଳିତ ସଭାରେ ଏଏସ ଆଇ ମନୋଜ କୁମାର ପ୍ରଧାନ, ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ଦିବସ ପରିପ୍ରେକ୍ଷୀରେ ଅନୁଷ୍ଠିତ କୁଇଜ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l କୁଇଜ ପ୍ରତିଯୋଗିତାରେ କୃତୀ ୧୦ ଜଣ ଛାତ୍ରୀ ଙ୍କୁ ଅତିଥି ବୃନ୍ଦ ପୁରସ୍କୃତ କରିଥିଲେ l ମହାବିଦ୍ୟାଳୟ ଛାତ୍ରୀ ପ୍ରିୟା ପ୍ରିୟଦର୍ଶିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିବାବେଳେ ସଭା ଅବସରରେ କଲେଜ ର ଅଧ୍ୟକ୍ଷ ଅଧ୍ୟକ୍ଷା, ଛାତ୍ରୀ ବୃନ୍ଦ, ଆଶା କର୍ମୀ, ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ, ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ l