ଫସଲ ବିବିଧ କରଣ ଉପରେ ସଚେତନତା ରଥ ର ଶୁଭାରମ୍ଭ

0
54
ଫସଲ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୭/୦୯) : ଓଡିଶା ସରକାରଙ୍କର କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ଦ୍ଵାରା ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ରେ କାର୍ଯ୍ୟକାରୀ ହେଉଥିବା ବୃହତ ଉଠା ଜଳ ସେଚନ ପ୍ରକଳ୍ପରେ ଫସଲ ବିବିଧ କରଣ ଯୋଜନା ରେ ଅଣଧାନ ଫସଲ ପ୍ରତି ଚାଷୀ ଭାଇ ମାନକ ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ସଚେତନତା ରଥ ର ଶୁଭାରମ୍ଭ ହୋଇଯାଇଛି ।

ଜିଲ୍ଲାପାଳ ବିମଳେନ୍ଦୁ ରାୟ ଓ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଦୁଇଟି ସଚେତନତା ରଥ କୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହିତ କାର୍ଯ୍ୟକ୍ରମ ର ଅନୁକୂଳ କରିଥିଲେ । ଏହି ଅବସର ରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଡ. ବିଭୁତି ଭୂଷଣ ମିଶ୍ର ଏବଂ ବିଭାଗର ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ଯୋଜନା ବର୍ତମାନ ଓଡ଼ିଶାର ୨୨ ଗୋଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଅଛି । ଖରିଫ ଋତୁରେ ଅଣଧାନ ଫସଲ ଚାଷ ପ୍ରତି ଚାଷୀ ମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ତଥା ବଜାର ଚାହିଦା ମୁତାବକ ଅଣଧାନ ଫସଲ ଚାଷ କରିବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ । ଏହି ସଚେତନତା ରଥ ଚାଷୀ ମାନଙ୍କ ମଧ୍ୟରେ ଅଣଧାନ ଫସଲ ପ୍ରତି ଆଗ୍ରହ ସୃଷ୍ଟି କରିବା ସହିତ ଚାଷ ସମ୍ବନ୍ଧୀୟ ବୈଷୟିକ ସୂଚନା ପ୍ରଦାନ କରିବ ।