ଅନ୍ତର୍ଜାତୀୟ ସ୍ଵାକ୍ଷରତା ଦିବସ ପାଳିତ

0
54

ରିପୋର୍ଟ : ଲୋକନାଥ ସାହୁ
ଗୁଡାରି, (୦୮/୦୯) : ରାୟଗଡା ଜିଲ୍ଲା ଗୁଡାରି ବ୍ଲକ ରେ ଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ତତ୍ୱାବଧାନରେ ଅନ୍ତର୍ଜାତୀୟ ସକ୍ଷରତା ଦିବସ, ନୂତନ ଭାରତ ସକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି l

ଉକ୍ତ କାର୍ଯ୍ୟକ୍ରମ ଗୁଡାରି ଯୁକ୍ତ ଦୁଇ ବିଜ୍ଞାନ ମହାବିଦ୍ୟାଳୟ ସମ୍ମୁଖରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ଗୁଡାରି ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ମହୋଦୟା ଶ୍ରୀମତୀ ରତ୍ନ ମାଳା ପୁରୋହିତ ମହାତ୍ମା ଗାନ୍ଧୀଙ୍କ ପ୍ରତି ମୂର୍ତ୍ତିରେ ପୁଷ୍ପ ଧୂପ ଦେଇଥିବା ବେଳେ, ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଜ କିଶୋର ସାହୁ ଏବଂ ଗୁଡାରି ଶାନ୍ତି ଶୃଙ୍ଖଳା ରକ୍ଷାର ଏସାଇ ଶ୍ରୀଯୁକ୍ତ ପି. ଶ୍ୟାମ ସୁନ୍ଦର ମହାତ୍ମା ଗାନ୍ଧୀଙ୍କ ପ୍ରତି ମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିବା ଦେଖିବାକୁ ମିଳିଥିଲା l

ଏହି କାର୍ଯ୍ୟକ୍ରମ ରେ ଗୁଡାରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ଏସ.ଏସ.ଡ଼ି ବାଳିକା ବିଦ୍ୟାଳୟ, ସରକାରୀ ଉଚ୍ଚ ବିଦ୍ୟାଳୟ, ଏବଂ ୟୁ.ଜି. ୟୁ.ପି ସ୍କୁଲର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା l ଏହି କାର୍ଯ୍ୟକ୍ରମ ରେ ଗୁଡାରି ବ୍ଲକର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଚାଂଗୁଡା ରୂପା ମାଝୀ ଏବଂ ଗୁଡାରି ଏନଏସି ଓ ବ୍ଲକର ସି. ଆର.ସି ଏବଂ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହିଥିବା ବେଳେ, ଗୋଷ୍ଠୀ ଶିକ୍ଷା ଅଧି କାରିଣୀ ମହୋଦୟା ଶ୍ରୀମତୀ ପୁରୋହିତ ଆନ୍ତର୍ଜାତୀୟ ସାକ୍ଷରତା ଦିବସ, ନୂତନ ଭାରତ ସାକ୍ଷରତା ଉପରେ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ବକ୍ତବ୍ୟ ମାଧ୍ୟମରେ ବୁଝାଇଥିଲେ l

ସେହିଭଳି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ରାଜ କିଶୋର ସାହୁ ମଧ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ସୁଚାରୁ ରୂପେ ବୁଝାଇ ଥିଲେ l ପରିଶେଷରେ ସମସ୍ତ ଛାତ୍ର ଛାତ୍ରୀ ମାନେ ସ୍ଲୋଗାନ ଦେଇ ଟାଉନ ପରିକ୍ରମା କରିଥିଲେ ଲ ଗୁଡ଼ାରୀ ଥାନା ଅଧିକାରୀ ଙ୍କ ନେତୃତ୍ଵରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୁଲିସ କର୍ମଚାରୀ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି l