ଅନ୍ତରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ

0
65
ଅନ୍ତରାଜ୍ୟ

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୦୯/୦୯) : ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ୍ ସଦରମହକୁମା ର ମିନି ଷ୍ଟାଡିଅମ୍ ଠାରେ ପ୍ରଥମ ଡ. ଭି.ଆର୍ ଆମ୍ବେଦକର ଅନ୍ତର।ଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଶୁଭାରମ୍ଭ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତୀଥି ଭାବେ ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସଦାଶିବ ନାୟକ ଯୋଗ ଦେଇଥିବାବେଳେ ସମ୍ମାନୀୟ ଅତିଥି ରୂପେ ବିଷମ କଟକ ତହସିଲଦାର ଶ୍ରୀଯୁକ୍ତ କେ. ଭେଙ୍କେଟେଶ୍ୱର ରେଡି,ବ୍ଲକ୍ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଦେବି ପ୍ରସାଦ ପଟ୍ଟନାୟକ ଯୋଗଦେଇ ଟୁର୍ଣ୍ଣାମେଣ୍ଟ ର ଶୁଭାରମ୍ଭ କରିଥିଲେ । ଆୟୋଜିତ ଟୁର୍ଣ୍ଣାମେଣ୍ଟ ରେ ୧୨ ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ପ୍ରଥମ ମେଚ୍ ରାୟଗଡ଼ା ରେଳବାଇ ଓ ବିଶ୍ଵନାଥପୁର ଖେଳିଥିଲେ ।

ଏହି ମେଚ୍ ରେ ରାୟଗଡ଼ା ରେଳବାଇ ୧/୦ ଗୋଲ୍ ରେ ବିୟୟ ଲାଭ କରିଥିଲା । ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ବିଷମ କଟକ ସଦର ବଡ଼ସାହିର ଆମ୍ବେଦକର କ୍ଲବ୍ ଦ୍ଵାରା କରାଯାଇଛି । ୧୧ ଦିନ ଧରି ଚାଲୁରହିବା ଏହି ଟୁର୍ଣ୍ଣାମେଣ୍ଟ ରେ ରାୟଗଡ଼ା ରେଳବାଇ, ବିଶ୍ଵନାଥପୁର, କୋରାପୁଟ୍, ଜେକେପୁର୍, କଣ୍ଟାବାଞ୍ଜି, ଲକ୍ଷ୍ମୀପୁର, ଥେରୁବାଲି, ଭବାନୀପାଟଣା, ରାୟଗଡ଼ା, ଗୁଣପୁର, ପଡ଼ଶି ରାଜ୍ୟ ଆନ୍ଧ୍ର ପ୍ରଦେଶ ର ବିଜୟନଗର ଦଳ ସହ ବିଷମ କଟକ ଆମ୍ବେଦକର ଦଳ ଅଂଶ ଗ୍ରହଣ କରିଛନ୍ତି ।