ବୁଡି ଯାଉଥିବା ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର

0
56
ବୁଡି ଯାଉଥିବା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୧୧/୦୯) : ପୁଣି ପୁରୀ ବେଳାଭୂମିରେ ସ୍ନାନ କରିବା ସମୟରେ ଅଘଟଣ । ବୁଡି ଯାଉଥିବା ଜଣେ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ ବେଳାଭୂମିର ୧୨ ନମ୍ବର ସେକ୍ଟରରେ ପଶ୍ଚିମବଙ୍ଗ ନୁଟୁଣାର ୨୦ ବର୍ଷୀୟ ଯୁବକ ନାରାୟଣ ପାଲ୍ ସ୍ନାନ କରିବା ସମୟରେ ଏକ ବଡ ଲହଡି ମାଡରେ ଗଭୀର ସମୁଦ୍ର ଭିତରକୁ ଚାଲିଯାଇଥିଲେ । ସେଠାରେ ଉପସ୍ଥିତ ଥିବା ଲାଇଫଗାର୍ଡ ତୁରନ୍ତ ସେମାନଙ୍କ ଉପକରଣ ମାଧ୍ୟମରେ ଗଭୀର ସମୁଦ୍ର ଭିତରକୁ ଯାଇ ନାରାୟଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ଉଦ୍ଧାର ପରେ ସମ୍ପୃକ୍ତ ଯୁବକଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯିବା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି ।