କଟକରେ ପାର୍ଲର ଭିତରେ ମହିଳାଙ୍କୁ ଛୁରାମାଡ଼

0
62
କଟକରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୧୧/୦୯) : କଟକରେ ଆଜି ଜଣେ ମହିଳାଙ୍କୁ ଛୁରାମାଡ଼ ହୋଇଛି । ଦୋଳମୁଣ୍ଡାଇ ଛକରେ ଥିବା ଏକ ପାର୍ଲର ଭିତରେ ତାଙ୍କୁ ଛୁରାମାଡ଼ କରାଯାଇଛି ।

ଜଣେ ଯୁବକ ତାଙ୍କୁ ଛୁରାମାଡ଼ କରି ଫେରାର ହୋଇଯାଇଛନ୍ତି । ଆହତ ମହିଳାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଛୁରାମାଡ଼ରେ ଆହତ ମହିଳାଙ୍କ ନାଁ ସୁଚିତ୍ରା ଖଟୁଆ । ତାଙ୍କ ଘର କଟକର ପୁରୀଘାଟ ଅଞ୍ଚଳରେ । ସେ ବିବାହିତା । ଦୀର୍ଘ ବର୍ଷ ହେବ ଦୋଳମୁଣ୍ଡାଇ ଛକରେ ଥିବା ଏକ ପାର୍ଲରରେ ସେ କାମ କରୁଛନ୍ତି । ତାଙ୍କୁ ଯୁବକ ଜଣଙ୍କ କାହିଁକି ଆକ୍ରମଣ କଲେ, ତାହା ଜଣାପଡ଼ିନାହିଁ । ପୁରୀଘାଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିବା ବେଳେ ଘଟଣାର ତଦନ୍ତ କରୁଛି ।