ଦୁଇ ଜଣ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

0
63
ଦୁଇ ଜଣ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଯାଜପୁର, (୧୧/୦୯) : ଯାଜପୁର ଜିଲ୍ଲା କାଳିଆପାଣି ଥାନା ସୁକୁରଙ୍ଗି ଅଞ୍ଚଳରେ ପ୍ରଥମ ଶ୍ରେଣୀରେ ପଢୁଥିବା ଦୁଇ ଜଣ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ପୁଲିସ୍ ।

ଗିରଫ ଅଭିଯୁକ୍ତଙ୍କ ନାଁ ରତ୍ନାକର ଦେହୁରୀ । ଛାତ୍ରୀ ଦ୍ୱୟ ସ୍କୁଲରୁ ଫେରି ସେମାନଙ୍କ ଘର ନିକଟରେ ଖେଳୁଥିଲେ । ଏହି ସମୟରେ ରତ୍ନାକର ଦେହୁରୀ ସେଠାରେ ପହଞ୍ଚିଥିଲେ। ଗାଁ ପୋଖରୀରେ ମାଛ ଦେଖାଇ ଦେବେ ବୋଲି କହି ସେ ଛାତ୍ରୀ ଦ୍ୱୟଙ୍କୁ ଡାକି ନେଇଥିଲେ । ପୋଖରୀ ନିକଟରେ ସେ ଦୁଇ ଝିଅଙ୍କୁ ଦୁଷ୍କର୍ମ କରିଥିଲେ ଓ ସେଠାରୁ ପଳାଇଥିଲେ । ଦୁଇ ନାବାଳିକା ପୋଖରୀ ପାଖରେ କାନ୍ଦୁଥିବା କିଛି ସ୍ଥାନୀୟ ଲୋକ ଦେଖି ସେମାନଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ଉଭୟଙ୍କୁ ଆହତ ଅବସ୍ଥାରେ ଘରକୁ ନେଇ ଯାଇଥିଲେ ।

ସେଠାରେ ପଚରାପଚରି କରିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା । ଏହା ପରେ ଉଭୟ ଛାତ୍ରୀଙ୍କ ପରିବାର ଲୋକେ କାଳିଆପାଣି ପୁଲିସକୁ ଖବର ଦେଇଥିଲେ । ପୁଲିସ ଗାଁ’ରେ ପହଞ୍ଚି ଦୁଇ ଝିଅଙ୍କୁ ଡାକ୍ତରଖାନା ପଠାଇବା ସହିତ ଘଟଣାର ତଦନ୍ତ କରିଥିଲା । ଏହା ପରେ ଅଭିଯୁକ୍ତ ରତ୍ନାକର ଦେହୁରୀଙ୍କୁ ଘରୁ ଉଠାଇ ନେଇଥିଲା ପୁଲିସ । ଆଜି ଏହି ଘଟଣାରେ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କୋର୍ଟ ଚାଲାଣ କରିଛି ପୁଲିସ ।