ବିଭିନ୍ନ ଦାବି ନେଇ ପ୍ରାଥମିକ ଶିକ୍ଷକ ଙ୍କ ଗଣଧାରଣା

0
53
ବିଭିନ୍ନ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୧/୦୯) : ବାରମ୍ବାର ଦାବି, ଆନ୍ଦୋଳନ, ଧାରଣା ସତ୍ତ୍ୱେ କୁମ୍ଭ କର୍ଣ୍ଣ ନିଦ୍ରାରେ ଗଣଶିକ୍ଷା ବିଭାଗ l ଦୀର୍ଘ ଦିନ ହେବ ଶିକ୍ଷକମାନେ ନିଜ ହକ ପାଇଁ ରାଜ୍ୟ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରି ଆସୁଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗୁ ନାହିଁ l

ଫଳରେ ଆଜିଠାରୁ ସୋନପୁର ବିଇଓ ଙ୍କ କାର୍ଯ୍ୟାଳୟ ସାମ୍ନାରେ ପ୍ରାଥମିକ ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ, ସମସ୍ତ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ୬ଟି ନେସନାଲ ଇନକ୍ରିମେଣ୍ଟ ପ୍ରଦାନ କରିବା ଏକ୍ସ କେଡର, କଳା ଓ କ୍ରୀଡ଼ା ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକ ମାନ୍ୟତା ପ୍ରଦାନ ସହ ନୂତନ ପେନସନ ଉଚ୍ଛେଦ କରି ପୁରୁଣା ପେନସନ ପ୍ରଦାନ କରିବା ଇତ୍ୟାଦି ବିଭିନ୍ନ ଦାବି ନେଇ ଆଜି ସୋନପୁର ବ୍ଲକ ର ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨ଦିନିଆ ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆଯାଇଛି ।

ଆଜି ର ଏହି କାର୍ଯ୍ୟକ୍ରମରେ ସଂଘର ସାଧାରଣ ସଂପାଦକ ଦିଲ୍ଲୀପ କୁମାର ମିଶ୍ର, ସଭାପତି ଉମାକାନ୍ତ ମିଶ୍ର, ହରିହର ସା, ଉପ ସଭାପତି ବ୍ରତାନନ୍ଦ ଭୋଇ ଙ୍କ ସମେତ ଶତାଧିକ ପ୍ରାଥମିକ ଶିକ୍ଷକ ଯୋଗଦେଇ ଥିଲେ l ସେହିପରି ଏହି ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ବୁଖରେ ଶିକ୍ଷକ / ଶିକ୍ଷୟିତ୍ରୀ ମାନେ ଧାରଣାରେ ବସିଛନ୍ତି ।