୮୫୦ କେଜି ମହୁଲ ପୋଚ ଓ ୬୦ ଲିଟର ଦେଶୀ ରନ୍ଧାମଦ ଜବତ

0
54
୮୫୦ କେଜି

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୧୧/୦୯) : ଟିଟିଲାଗଡ ଥାନା ଅନ୍ତର୍ଗତ ସିକେର ଗ୍ରାମ ପଞ୍ଚାୟତ ଅଧିନସ୍ଥ ଖାସମୁଡ଼ା ଗ୍ରାମ ଜଙ୍ଗଲରୁ ୮୫୦ କେଜି ମହୁଲ ପୋଚ ସହ ୬୦ ଲିଟର ରନ୍ଧା ମଦ ଜବତ କରାଯାଇଛି ।

ଟିଟିଲାଗଡ ଅବକାରୀ ବିଭାଗ ତରଫରୁ ଏହି ଗ୍ରାମ ରେ ବେଆଇନ୍ ଭାବେ ଦେଶୀ ମଦ ପ୍ରସ୍ତୁତ ଓ ବିକ୍ରୀ କରାଯାଉଥିବା ସୂଚନା ପାଇ ଟିଟିଲାଗଡ ଅବକାରୀ ବିଭାଗ ତରଫରୁ ଚଢ଼ାଉ କରାଯାଇଥିଲା । ପ୍ରାୟ ୮୫୦ କେଜି ମହୁଲ ପୋଚ ସହ ପୂର୍ବରୁ ପ୍ରସ୍ତୁତ ଥିବା ୬୦ ଲିଟର ମଦ ଗ୍ରାମ ଜଙ୍ଗଲ ରୁ ଜବତ କରାଯାଇଛି । ଏହି ରନ୍ଧା ମଦ ତିଆରି କରି ବିକ୍ରୀ କରାଯାଉଥିବା ଖବର ପାଇ ଟିଟିଲାଗଡ ଅବକାରୀ ବିଭାଗ ତରଫରୁ ଚଢ଼ାଉ କରାଯାଇ ଥିଲା ।