ମୋ ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

0
61
ମୋ ଦଳ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୨/୦୯) : ଆମର ଦରକାର୍ ଚାଷୀ ସରକାର ନାରା ଦେଇ ଆଜି ‘ମୋ ଦଳ’ ପକ୍ଷରୁ ସୁବର୍ଣ୍ଣପୁର ର ଏନଜିଓସିସି ହଲ୍ ଠାରେ ପ୍ରଥମ ସାଂଗଠନିକ ବୈଠକ ଓ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେଇଥିଲା ।

ଏଥିରେ ମୋ ଦଳ ର ରାଜ୍ୟ ଉପସଭାପତି ରାଜେନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଆବାହକ ପ୍ରଦ୍ୟୁମ୍ନ ପାଢ଼ୀ ଆମର ଦରକାର୍ ଚାଷୀ ସରକାର ନାରା ଦେଇ ଆଗାମୀ ଦିନ ରେ ରାଜ୍ୟ ର ୧୪୭ ଟି ବିଧାନସଭା ମଣ୍ଡଳୀ ସହ ଜିଲ୍ଲା ର ଦୁଇ ନିର୍ବାଚନ ମଣ୍ଡଳୀ ରେ ସଂଗଠନ କୁ ମଜବୁତ୍ କରି ଚାଷୀ ପ୍ରତିନିଧି ଙ୍କୁ ବିଧାନସଭା କୁ ପଠାଇବା ବୋଲି ଆହ୍ଵାନ କରିଥିଲେ । ଶିଘ୍ର ଉଭୟ ନିର୍ବାଚନ ମଣ୍ଡଳୀ ପାଇଁ ଚାଷୀ ଙ୍କ ସମର୍ଥିତ ସମସ୍ତ ଙ୍କ ଗ୍ରହଣଯୋଗ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବା ନେଇ ଆଲୋଚନା ହୋଇଥିଲା ଯାହାକୁ କି ଜିଲ୍ଲା ର ବିଭିନ୍ନ ଚାଷୀ ସଂଗଠନ ଏହି ମତକୁ ସମର୍ଥନ ଜଣାଇଥିଲେ । ନବନିର୍ମାଣ କୃଷକ ସଂଗଠନ ପକ୍ଷ ରୁ ପ୍ରାଇସ୍ ପ୍ରେଷ୍ଟିଜ୍ ଓ ପେନସନ ର ୧୫ ବର୍ଷ ର ଲଢେଇ ଏହି ଦଳ ର ଭିତ୍ତିଭୂମି ହେବ ।

ଓଡ଼ିଶା ରେ ଚାଷୀ ଯେ ଏକ ମହାଶକ୍ତି ବୋଲି ସରକାର ଙ୍କୁ ପ୍ରଦର୍ଶନ କରିବା ପାଇଁ ବାରମ୍ବାର ରାଜଧାନୀ ଭୁବନେଶ୍ୱରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ ହେଁ ସରକାର ତାକୁ ବାରମ୍ବାର ଲାଠି ପ୍ରହାର କରି ଜେଲରେ ଭରି ତୃଣମୂଳ ସ୍ତରରେ ବିଭିନ୍ନ ଥାନା ରେ ଚାଷୀ ଙ୍କୁ ଅଟକ ରଖି କାର୍ଯ୍ୟକ୍ରମ ସବୁକୁ ଭଣ୍ଡୁର କରିବାକୁ ପ୍ରବଳ ଉଦ୍ୟମ କଲା । ଠିକ୍ ସେହିପରି କେନ୍ଦ୍ର ରେ ମଧ୍ୟ ଦେଢ଼ ବର୍ଷ ଧରି ଚାଷୀ ଙ୍କ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କଲା ପରେ ମଧ୍ୟ ମଧ୍ୟ ସରକାର ସମ୍ବେଦନଶୀଳ ହେଲେ ନାହିଁ ଏଣୁ ନବନିର୍ମାଣ କୃଷକ ସଂଗଠନ ଆହ୍ଵାନ ଦେଇଛି ଯେ ରାଜ୍ୟର ୭୦ ଭାଗ ଚାଷୀ ଏକଜୁଟ ହୋଇ ନିଜର ଦାବି ହାସଲ କରିବା ପାଇଁ ସରକାର ଗଠନ କରିବା ପାଇଁ ରାଜ୍ୟ ରେ ନୂତନ ଆଞ୍ଚଳିକ ଦଳ ‘ମୋ ଦଳ’ କୁ ବିଜୟୀ କରାଯିବାପାଇଁ ଚେଷ୍ଟିତ ହେବାପାଇଁ ସଂକଳ୍ପବଦ୍ଧ ହୋଇଥିଲେ ।

ଚାଷୀ ପରିବାରକୁ ମାସକୁ ୫୦୦୦ ଟଙ୍କା ପେନସନ ସହ ପ୍ରତି ଏକର ପିଛା ୫୦୦୦ ଟଙ୍କା ସହାୟତା ଓ ଧାନ କ୍ଵିଣ୍ଟାଲ ଅନ୍ୟୁନ ୩୦୦୦ ଟଙ୍କା କରିବା, ବାର୍ଦ୍ଧକ୍ୟ ଭତ୍ତା କୁ ୨୫୦୦ ଟଙ୍କା କରିବା, ଚାଷୀ ଜମି କୁ ମାଗଣା ଜଳ ଓ ବିଦ୍ୟୁତ୍ ଯୋଗାଇଦେବା ତଥା ମଣ୍ଡି ବ୍ୟବସ୍ଥା କୁ ସୁଦୃଢ଼ କରିବା ସହ ପ୍ରତ୍ୟେକ ପଞ୍ଚାୟତ ରେ ଗୋଦାମ ଗୃହ ସହ ପ୍ରତ୍ୟେକ ବ୍ଲକ ରେ ଶୀତଳ ଭଣ୍ଡାର ସ୍ଥାପନା ଆଦି ମୁଖ୍ୟ ଉଦ୍ଦେଶ୍ୟ ନେଇ ମୋ ଦଳ ଆଗାମୀ ଦିନ ରେ ଗାଆଁ ଗାଆଁ ରେ ଚାଷୀ ସରକାର ର ବାର୍ତ୍ତା କୁ ମଜବୁତ୍ କରିବାପାଇଁ ଉପସ୍ଥିତ ସମସ୍ତ ଚାଷୀ ପ୍ରତିନିଧି ବଜ୍ର ଶପଥ ନେଇଥିଲେ ।

ସଭାରେ ବରିଷ୍ଠ ଚାଷୀ ବୃନ୍ଦାବନ ପ୍ରଧାନ, ଗୋପାଲଜୀ ଗଡୁଆ, ରାଜେନ୍ଦ୍ର ପାଢ଼ୀ, ବୈକୁଣ୍ଠ ଶତପଥୀ ଙ୍କ ସମେତ ସବୁ ବ୍ଲକ୍ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ । ଆଗକୁ ମୋ ଦଳ ହିଁ ବିଜେଡି ର ବିକଳ୍ପ ରୂପେ ରାଜ୍ୟ ରେ ଉଭା ହେବ ବୋଲି ସର୍ବସମ୍ମତ ମତ ପ୍ରକାଶ ପାଇଥିଲା ।