ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ବନ୍ଦ

0
71
ଜିଲ୍ଲା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/କଣ୍ଟାବାଞ୍ଜି, (୧୩/୦୯) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ଇନ୍ଦିରା ଛକ ସମ୍ମୁଖରେ କଣ୍ଟାବାଞ୍ଜି କୁ ରାଜସ୍ବ ଜିଲ୍ଲା ମାନ୍ୟତା ଦାବି ନେଇ ମଙ୍ଗଳବାର ୧୨ ଘଣ୍ଟିଆ ବନ୍ଦ ପାଳନ ଓ ରାସ୍ତା ରୋକ କରାଯାଇଛି ।

ଏହି ଜିଲ୍ଲା ଦାବି ବନ୍ଦ୍ ପାଳନ ରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ୪୦ ରୁ ଅଧିକ ସ°ଗଠନ ସାମିଲ ହୋଇଛନ୍ତି । ଯଥା:-ମୁରିବାହାଲ, ବଙ୍ଗୋମୁଣ୍ଡା, ତୁରେକେଲା, ବେଲପଡ଼ା, ଖପ୍ରାଖୋଲ ଆଦି ଅଞ୍ଚଳ ରୁ ଅନେକ ସଂଗଠନ ପୂର୍ଣ୍ଣ ସମର୍ଥନ କରିଛନ୍ତି । ଜିଲ୍ଲା ସ°ଘର୍ଷ ସମିତି ର ଆହ୍ୱାନ କ୍ରମେ ଆଜି ଏହି ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲା ସ°ଘର୍ଷ ସମିତି ର ସଭାପତି ଶ୍ରୀଯୁକ୍ତ ଶେଷଦେବ ପୁଟେଲ, କାର୍ଯ୍ୟକାରୀ ସଭାପତି ବ୍ରଜଶ୍ୟାମ ଗୁରୁ, କୋଷାଧ୍ୟକ୍ଷ ଅଜୟ ଅଗ୍ରୱାଲ,ଏନ୍ ଏ ସି ଅଧ୍ୟକ୍ଷ ବରିଆନ ସି° ସାଲୁଜା, ଦୁଃଖି ଶ୍ୟାମ ଗୁରୁ,ପ୍ରଦୀପ ବାଗ, ନବଳ ଶର୍ମା, ଅମରେନ୍ଦ୍ର ତାଣ୍ଡି, ଦେବରାଜ ୟାଦବ, ବିଜୟ ଶର୍ମା, କୈଳାସ ଦୀପ, ବରିଷ୍ଠ ଆଇନ୍ ଜୀବି ଅଶୋକ କୁମାର ଦାସ, ସଞ୍ଜୟ ନାଥ, ବରିଷ୍ଠ ସଦସ୍ୟ ନରେନ୍ଦ୍ର ସୁନା, ବ୍ୟବସାୟିକ ମହେଶ ଖଣ୍ଡେଲୱଲ, କୈଳାସ ଅଗ୍ରୱାଲ, ହେମାଲ ସ°ଘ ସମ୍ପାଦକ ବିସର୍ବ ବେହେରା, କୋଶଳ ମୁକ୍ତି ମୋର୍ଚ୍ଚା ସଦସ୍ୟ ବୃନ୍ଦ,ଦାମ ସାହୁ, ମନୋଜ ଶର୍ମା, ନାଗେ ଦୀପ ପ୍ରମୂଖ ଉପସ୍ଥିତ ଥିଲେ ।