ଓ ପି ଏସ ରଥ କୁ ସ୍ୱାଗତ ପାଇଁ ଶିକ୍ଷକ ସଂଘ ର ସାମ୍ବାଦିକ ସମ୍ବିଳନୀ

0
51
ଓ ପି ଏସ ରଥ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୧୩/୦୯) : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଖାରବେଳ ନଗର ରାଜ୍ୟ ସଭାନେତ୍ରୀ ଅନିତା ମେହେରଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଆଜି ଅପରାହ୍ନ ୫ ଘଣ୍ଟା ସମୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

ସଭାନେତ୍ରୀ ଙ୍କ ସୂଚନା ମୁତାବକ ନୂତନ ପେନସନ ପ୍ରଥା ଉଛେଦ ଓ ପୁରୁଣା ପେନସନ ଲାଗୁ ହେବାର ଦାବୀ ନେଇ ଏବଂ OPS ରଥ ନିଖିଳ ଭାରତ ପ୍ରାଥମିକ ଶିକ୍ଷକ ଫେଡେରେସନ ଆନୁକୂଲ୍ୟରେ ସମଗ୍ର ଭାରତ ବର୍ଷ ପରିକ୍ରମା କରିବ l ଏହି କ୍ରମରେ ଆମ ସୁବର୍ଣପୁର ଜିଲ୍ଲା କୁ OPS ରଥ ୨୦/୯ /୨୦୨୩ ସନ୍ଧ୍ୟା ସମୟ ରେ ପହଞ୍ଚି ରାତିରେ ରହଣି କରିବ ଓ ତା ପରଦିନ ତା ୨୧/୯/୨୦୨୩ ରେ ମା ସୁରେଶ୍ୱରୀ ମନ୍ଦିର ରେ ପୂଜର୍ଚ୍ଚନା କରି ସୋନପୁର ସ୍ଥିତ ପୁରୁଣା ଟାଉନ ହଲଠାରେ ଦିବା ୯ ଘ.୩୦ ମି ରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ l

ଏଥିରେ ସୁବର୍ଣ୍ଣପୁର ଜିଲ୍ଲା ଓ ବୋୖଦ୍ଧ ଜିଲ୍ଲାର ସମସ୍ତ ନୂତନ ପେନସନ ଯୋଜନାର ଅନ୍ତର୍ଭୁକ୍ତ ଶିକ୍ଷକ ଓ ଶିକ୍ଷ ୟିତ୍ରୀ ଓ ଅନ୍ୟ ବିଭାଗର କର୍ମଚାରୀ ପ୍ରତିବାଦ ସଭାରେ ବହୁ ସଂଖ୍ୟାରେ ଯୋଗ ଦେବେ । ଏଥି ପାଇଁ ଆବଶ୍ୟକ ପ୍ରସ୍ତୁତି ତଥା ପ୍ରଶାସନିକ ବିଧି ବ୍ୟବସ୍ଥା ପାଳନ କରାଯାଇଥିବା ସଭାପତି ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ର ପ୍ରଚାର ପ୍ରସାର କରିବାକୁ ଏବଂ ଆଗାମୀ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିବାକୁ ସମସ୍ତ ସାମ୍ବାଦିକ ଙ୍କୁ ଆଜି ନିବେଦନ କରିଛନ୍ତି । ଉକ୍ତ ସାମ୍ବାଦିକ ସମ୍ମିଳନୀ ରେ ସଂଘ ର ଉପଦେଷ୍ଟା ଆଇନଜୀବୀ ପ୍ରଦୀପ ପୁରୋହିତ, ଶିକ୍ଷକ ନେତା ଦିଲ୍ଲୀପ ମିଶ୍ର, ଉମାକାନ୍ତ ମିଶ୍ର, ଭାଗ୍ୟସିନୀ ମିଶ୍ର, ଗିରୀଶ ତ୍ରିପାଠୀ, ବ୍ରତାନନ୍ଦା ଭୋଇ, ରଞ୍ଜୁ ଅମାତ, ସୁଦାମ ଦିଶିରି, ଡ଼ଃ ଅନିରୁଦ୍ଧ କରୁକୁରିଆ ପ୍ରମୁଖ ଉପସ୍ଥିତ ଥିଲେ ।