ଭିନ୍ନକ୍ଷମ ଭାଇ ଭଉଣୀ ମାନଙ୍କୁ ଟ୍ରେନ ପାସ ବଣ୍ଟନ

0
57
ଭିନ୍ନକ୍ଷମ

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ/ ରାୟଗଡ଼ା, (୧୪/୦୯) : ରାୟଗଡା ଜିଲ୍ଲାର ରେଲୱେ ଷ୍ଟେସନ ଠାରେ ଭିନ୍ନକ୍ଷମ ଭାଇ ଭଉଣୀ ମାନଙ୍କୁ ଟ୍ରେନ ପାସ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ରାୟଗଡା ଭିନ୍ନକ୍ଷମ ମହାସଂଘର ସଭାପତି ଶ୍ରୀଯୁକ୍ତ ରାକେଶ ଚନ୍ଦ୍ର ହିମିରିକା, ଉପସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ମହାପାତ୍ର ଓ ସମ୍ପାଦକ ଜଳନ୍ଧର ବାଚେଲି ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର କିଛି ଦିବ୍ୟାଙ୍ଗ ମାନଙ୍କ ଟ୍ରେନ ପାସ କାର୍ଡ ବଣ୍ଟନ କରାଯାଇଥିଲା । ଆଗାମୀ ଦିନରେ ଏହି ସୁବିଧାରୁ ବଞ୍ଚିତ ଥିବା ଭିନ୍ନକ୍ଷମମାନଙ୍କୁ ମଧ୍ୟ ଏହି ସୁବିଧାରେ ସାମିଲ କରାଯିବ । ଆଜିର ଏହି କାର୍ଯ୍ୟକ୍ରମରେ ପ୍ରାୟ ସାତ (୭) ଜଣଙ୍କୁ ଟ୍ରେନ ପାସ କାର୍ଡ ବଣ୍ଟନ କରାଗଲା । ଆମ ଜିଲ୍ଲାର ସବୁ ବ୍ଲକର ଭିନ୍ନକ୍ଷମ ଭାଇ ଭଉଣୀ ମାନଙ୍କୁ ବିଶେଷ ଅନୁରୋଧ କରୁଛୁ କି ଆପଣଙ୍କ ଯେକୌଣସି ଅସୁବିଧା ଥିଲେ ଆମକୁ ଜଣାନ୍ତୁ । ଭଗବାନଙ୍କ ସହ ଆପଣଙ୍କ ଆଶୀର୍ବାଦ ଆମ ଉପରେ ଏମିତି ଥାଉ ଓ ଆମକୁ ଏମିତି କିଛି ଶକ୍ତି ମିଳୁ ଆମେ ଆହୁରି ଅଧିକ କିଛି କରିପାରିବୁ ।