ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବରେ ସନାତନ କର୍ମୀ ମନୋନୀତ

0
49
ରାଜ୍ୟ ବିଜେପି

ରିପୋର୍ଟ: ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୩/୦୯) : ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ ମୋର୍ଚ୍ଚା ର ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ, ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ ରାଜ୍ୟ ସଂଯୋଜକ ଙ୍କ ନାମ ତାଲିକା ଘୋଷଣା କରିଛନ୍ତି l

ସେହିପରି ରାଜ୍ୟ ଓବିସି ମୋର୍ଚ୍ଚା ର ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଭାବରେ ଅନେକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି l ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ଅର୍ଡl ଗ୍ରାମର ସନାତନ କର୍ମୀ ଙ୍କୁ ତୃତୀୟ ଥର ପାଇଁ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ର ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବରେ ମନୋନୀତ କରାଯାଇଛି l ଏହି ଗୁରୁଦାୟିତ୍ୱ ମିଳିଥିବାରୁ ଶ୍ରୀ କର୍ମୀ ଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ବିଜେପି ସଭାପତି ପ୍ରମୋଦ କୁମାର ମହାପାତ୍ର ସ୍ୱାଗତ କରିବା ସହିତ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଛନ୍ତି l ସମ୍ପାଦକ ଭୁବନାନନ୍ଦ ବାଦି, ସାଂସଦ ପ୍ରତିନିଧି ବିମଳ ଚନ୍ଦ୍ର ମିଶ୍ର, ଜିଲ୍ଲା କୃଷକ ମୋର୍ଚ୍ଚା ର ଜିତେନ୍ଦ୍ର ତ୍ରିପାଠୀ ଓ ଅନ୍ୟାନ୍ୟ ଜିଲ୍ଲା କର୍ମକର୍ତ୍ତା ଏହି ଅବସରରେ ଉପସ୍ଥିତ ଥିଲେ l