ସପ୍ତପୁରୀ ଅମାବାସ୍ୟା ବା ପୁରାଉଆଁସ ପାଳିତ

0
47
ସପ୍ତପୁରୀ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୩/୦୯) : ସପ୍ତପୁରୀ ଅମାବାସ୍ୟା ବା ପୁରାଉଆଁସ । ଏହାକୁ ହନୁମାନ ଉତ୍ସବ ବା ଐତିହାସିକ ଲଙ୍କାପୋଡି ପର୍ବ ବୋଲି ମଧ୍ୟ କୁହାଯାଇଥାଏ ।

ସୁବର୍ଣ୍ଣପୁର ସହର ରେ ପାଳିତ ହେବ ଏହି ବିଶ୍ୱପ୍ରସିଦ୍ଧ ପର୍ବ । କେବଳ ସୁବର୍ଣ୍ଣପୁର ରେ ପାଳନ କରାଯାଉଥିବା ଏହି ପର୍ବ ପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଦିନବେଳା ଝିଅ ମାନେ କୁଣ୍ଢିକାଚି ଓ ପୁଅ ମାନେ କାଠତିଆରି ଘୋଡା, ହାତୀ ତ ସଂଧ୍ୟାରେ ମାଟି ତିଆରି ଟେରାକୋଟା ହନୁମାନ କୁ ନେଇ ପାଳନ କରାଯାଇଥାଏ ଏହି ପର୍ବ । ଏହାକୁନେଇ କୁମ୍ଭାର ଓ ମହାରଣା ସମ୍ପ୍ରଦାୟ ର କାରିଗର ମାନେ ଲାଗିପଡିଛନ୍ତି ଏହି ଖେଳନା ତିଆରି ସାମଗ୍ରୀ ରେ । ଐତିହାସିକ ସୁବର୍ଣ୍ଣପୁର ସହର । ପଶ୍ଚିମଲଙ୍କା ବୋଲି ପରିଚିତ ଏହିସହର ରେ ସପ୍ତପୁରୀ ଅମାବାସ୍ୟା ତିଥି ରେ ପାଳିତ ହୁଏ ପ୍ରସିଦ୍ଧ ଲଙ୍କାପୋଡି ଉତ୍ସବ । ଏହି ନିଆରା ଉତ୍ସବ ପାଳନ କରିବା ପାଇଁ କୁମ୍ଭାର ସଂମ୍ପ୍ରଦାୟ ର କାରିଗର ମାନେ ତିଆରି କରିବାରେ ଲାଗିଛନ୍ତି ହଜାର ହଜାର ସଂଖ୍ୟାରେ ଟେରାକୋଟା ହନୁମାନ ସାଙ୍ଗକୁ କୁଣ୍ଢିକାଚି ।

ସାରା ବିଶ୍ୱ ରେ କେବଳ ଏହି ସହର ରେ ହିଁ ରାମାୟଣ ବର୍ଣ୍ଣିତ ହନୁମାନ ର ଲଙ୍କାପୋଡି ଉତ୍ସବ ପାଳନ କରାଯାଉଥିବା ରୁ ସହର ବାସୀ ବେଶ ଉତ୍ସାହିତ । ଅମାବାସ୍ୟା ର ଅନ୍ଧାର ରାତି ରେ ଟେରାକୋଟା ର ହନୁମାନ ଲାଞ୍ଜରେ ନିଆଁ ଲଗାଇ ସହର ପରିକ୍ରମା କରିଥାନ୍ତି ଛୋଟ ଛୋଟ ପୁଅ ପିଲାମାନେ । ସାଧାରଣ ହନୁମାନ ଠାରୁ କିଛି ଟା ଅଲଗା ଭାବରେ ତିଆରି ଟେରାକୋଟାର ବିକୃତ ମୁଖା ହନୁମାନ ଏହିପର୍ବ ର ମୁଖ୍ୟ ଆକର୍ଷଣ । ଏବେ ସହର ର ବଜାର ଗୁଡିକରେ ବିକ୍ରି ଚାଲିଛି ହଜାର ହଜାର ସଂଖ୍ୟା ରେ କାଠରେ ତିଆରି ଘୋଡା, ହାତୀ ଓ ଟେରାକୋଟା ହନୁମାନ ସହିତ କୁଣ୍ଢିକାଚି ।

ସପ୍ତପୁରୀ ଅମାବାସ୍ୟା ରେ ଦିନବେଳା ଛୋଟ ଛୋଟ ଝିଆମାନେ ମାଟି ତିଆରି କୁଣ୍ଢିକାଚି ଖେଳୁଥିବା ବେଳେ ପୁଅମାନେ କାଠ ତିଆରି ଘୋଡା, ହାତୀ କୁ ନେଇ ଏହି ପର୍ବ ପାଳନ କରିଥାନ୍ତି । ଏଥିପାଇଁ ମହାରଣା ସଂମ୍ପ୍ରଦାୟର କାରିଗର ମାନେ ତିଆରି କରନ୍ତି କାଠ ତିଆରି ଘୋଡା, ହାତୀ । ପୁଅମାନେ ଚକଲଗା ଏହି ଖେଳନା କୁ ନେଇ ଝିଅ ମାନଙ୍କ ସହିତ ଏହିପର୍ବପାଳନ କରିଥାନ୍ତି । ଏହିସବୁ କାଠ ତିଆରି ଖେଳନା ତିଆରି କରୁଥିବା ମହାରଣା ସଂମ୍ପ୍ରଦାୟ ର କାରିଗର ମାନେ ବି ବେଶ ଉତ୍ସାହିତ ଅଛନ୍ତି ବିକ୍ରିବଟାକୁ ନେଇ ।