ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ରେ ଯୋଗଦେଲେ ବିଜେପି ସଭାପତି ମନମୋହନ ସାମଲ

0
52
ମୋ ଦେଶ

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୧୫/୯) : ରାଜ୍ୟ ବିଜେପି ସଭାପତି ମାନମହୋନ ସାମଲ “ମୋ ଦେଶ ମୋ ମାଟି” କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ସର୍ବ ପ୍ରଥମେ ବିଷମକଟକ ପହଞ୍ଚିବା ପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ମା ମାର୍କମା ମନ୍ଦିର କୁ ଯାଇ ମାଁ ଙ୍କ ନିକଟ ରେ ପ୍ରଣିପାତ କରି ଧୁପ ଦୀପ ଜଳେଇ ବାହାରି ଥିଲେ, ରାଜ୍ୟ ରେ ୫୬୦୦୦ ଛପନ ହଜାର ସ୍କୁଲ ବନ୍ଦ ପଡିଥିବାରୁ ,ପିଳା ମାନଙ୍କ ପାଠ ପଡାରେ ବାଧକ ସାଜିବାରୁ ,ଓଡିଶା ର ଭବିଷ୍ୟତ ଅନ୍ଦାରମୟ ହେଇଥିବାରୁ, ଓଡିଶା ର ରାଜ୍ୟ ବିଜେପି ସଭାପତି ମନ୍ଦିର ରୁ ବାହାରି ସିଧା ବିଷମକଟକ ବିଓ କାର୍ଯ୍ୟାଲୟ ସମୁଖ ରେ ଧାରଣା ବସିଥିବା ଶିଖ୍ୟକ ସ୍ଥଳି ରେ ସାମିଲ ହେଇ କହିଥିଲେ ଶିଖ୍ୟକ ମାନଙ୍କ ତିନି ଦଫା ଦାବି ଯଥାର୍ଥ ।

ଏହାକୁ ଭାରତିୟ ଜନତା ପାର୍ଟି ସମର୍ଥନ କରୁଛି, ଏବ° ରାଜ୍ୟ ସରକାର ଖୁବ ଶିଘ୍ର ଦାୟିତ୍ବର ସହିତ ସମାଧାନ କରିବା ଉଚିତ ବୋଲି ମନ୍ତବ୍ୟ ଦେଇଥିଲେ । ସେଠାରୁ ବାହାରି ରୋଡ ସୋ କାର୍ଯ୍ୟକ୍ରମ କରି ସ୍ଥାନିୟ କଲ୍ୟାଣ ମଣ୍ଡପ ରେ ଥିବା ଦଳିୟ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । ସେଠାରେ ବିଷମ କଟକ ଦଳିୟ କର୍ମିମାନେ ଫୁଲତୋଡା, ଗାମୁଛା ମାଧ୍ୟମରେ ସ୍ବାଗତ ଜଣାଇଥିଲେ ।

ଉକ୍ତ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ରାଜ୍ୟ ଓବିସି ମୋର୍ଛା ଉପସଭାପତି ରାମବେହେରେ, ଜିଲ୍ଲା ଯୁବ ମୋର୍ଛା ଉପ ସଭାପତି ଗୌତମ ଉର୍ଲାକା, ଜିଲ୍ଲା ବିଜେପି ଉପସଭାପତି କାହ୍ନୁ ଚରଣ, ଜିଲ୍ଲା ସଭାପତି, ବସନ୍ତ ଉର୍ଲ୍ଲକା, ରବୀନ୍ଦ୍ର ସେଟୀ, ବିର୍ସୁଙ୍ଗ, ଆଶା ଇ ପ୍ପ୍ରାର୍ଥୀ ରାମଦାସ ଉରାଲାକ, ହଳଧର ମିଣିଆକା, ବିରଞ୍ଚି ନାରାୟଣ ତ୍ରିପାଠି, କାଳୀ ରାମ ମାଝୀ, ସୋରଜ୍ କର, ବିଜେପି ଜିଲ୍ଲା ସଭାପତି ଶିବ ପଟନାୟକ,ରାମ କୃଷ୍ଣ ପଣ୍ଡା ରହିତ ଦଣ୍ଡସେନା,ପ୍ରମୁଖ ଉପସ୍ଥିତ ଥିଲେ ।