ଆନ୍ଦୋଳନରେ ଶିକ୍ଷକ ଶିକ୍ଷୟିତ୍ରୀ : ସ୍କୁଲରେ ପଡ଼ିଛି ତାଲା

0
60
ଆନ୍ଦୋଳନରେ

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୧୫/୯) : ପିଲାମାନେ ସକାଳୁ ସକାଳୁ ବିଦ୍ୟାଳୟ ଆସୁଛନ୍ତି । ମାତ୍ର ପାଠପଢ଼ା ହେଉ ନାହିଁ ।

ଆନ୍ଦୋଳନରେ ଶିକ୍ଷକ ଶିକ୍ଷୟିତ୍ରୀ । କେଉଁଠି ମଧ୍ୟାହ୍ନ ଭୋଜନ ଖାଇ ଘରକୁ ଫେରୁଛନ୍ତି ତ ଆଉ କେଉଁଠି ଭୋକିଲା ପେଟରେ ୪ ଦିନ ହେଲା ରାଜ୍ୟ ଶିକ୍ଷା ବ୍ୟବସ୍ଥାର ଏଭଳି ଚିତ୍ର ଦେଖିବାକୁ ମିଳୁଛି । କୋରାପୁଟ ଠାରୁ ଆରମ୍ଭ କରି , ରାୟଗଡା ଜିଲ୍ଲା ର ସମସ୍ତ ବ୍ଲକ ରେ ଅଧିକାଂଶ ଶିକ୍ଷକ ଶିକ୍ଷୟିତ୍ରୀ ସାମୂହିକ ଛୁଟି ନେଇଯାଇଥିବାରୁ ସ୍ଥିତି ନିୟନ୍ତ୍ରଣ ବାହାରେ । ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ା ଠପ୍ ହୋଇଥିବାବେଳେ ପିଲାମାନଙ୍କୁ ମଧ୍ୟାହ୍ନଭୋଜନ ଖୁଆଇ ଛାଡୁଛନ୍ତି ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ଯେଉଁଠି ପ୍ରଧାନଶିକ୍ଷକଙ୍କ ହାତରେ ମଧ୍ୟାହ୍ନଭୋଜନ ଦାୟିତ୍ଵ ରହିଛି ସେଠାରେ ପିଲାମାନେ ବିନା ଖାଦ୍ୟରେ ଘରକୁ ଫେରୁଛନ୍ତି । ଉପାନ୍ତରୁ ଉପକୂଳ ଯାଏ ସ୍ଥିତି ବିଗିଡ଼ିଥିଲେ ମଧ୍ୟ ରାଜ୍ୟ ସରକାର ଦାବି ପୂରଣ ନେଇ ସେତେଟା ଆଗ୍ରହ ପ୍ରକାଶ କରୁ ନ ଥିବା ଦେଖିବାକୁ ମିଳିଛି ।

ଦିନ କୁ ଦିନ ସ୍ଥିତି ଜଟିଳ ଆଡ଼କୁ ଗତି କରୁଛି ଏକ ପ୍ରକାର ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ଯାଇଛି କହିଲେ ଅତୂପ୍ତି ହେବ ନାହିଁ । ବିଷମ କଟକ ବ୍ଲକ ର ଶିକ୍ଷା ବିଭାଗ ଆଧିନ ରେ ଆପରପ୍ରାଇମେରୀ ସ୍କୁଲ ୬୪, ଓ ପ୍ରାଇମେରୀ ସ୍କୁଲ ୧୧୬ ଥିଲା ବେଳେ ହାଇ ସ୍କୁଲ ୨୫ଟି ରହିଛି , ସମୁଦାୟ ୨୦୫ ସ୍କୁଲ ରେ ୫୨୫ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଯୁକ୍ତି ଥିବା ବେଳେ ସେଥିରୁ ୩୦୦ ରୁ ଉର୍ଦ୍ଧ ଶିକ୍ଷକ ସମୂହ ଛୁଟିରେ ରହିଥିବା ବେଳେ ଆଜି ପ୍ରାୟ ୫୦ ରୁ ଉର୍ଦ୍ଧ ସ୍କୁଲ ରେ ତାଲା ଝୁଲି ଥିବାର ଜଣ। ପଦିଛି । ଅନେକ ସ୍କୁଲ ର ଛାତ୍ର ଛାତ୍ରୀ ମାନେ ମଧ୍ୟାହ୍ନ ଭୋଜନ ରୁ ମଧ୍ୟ ବଞ୍ଚତ ହୋଇଛନ୍ତି । ଏ ନେଇ କାଲି ବିଷମ କଟକ ଶିକ୍ଷା ଅଧିକାରୀ ଙ୍କୁ ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ଶରତ ଚନ୍ଦ୍ର ଆଚାର୍ଯ୍ୟ ଓ ଉପସଭାପତି ଆକାଶ ହିଆଲ୍ ଓ କିଛି ସଦ୍ୟସ୍ ଙ୍କ ଉପ୍ଥିତି ରେ ଲିଖିତ ଭାବେ ଜଣାଇ ଥିଲେ ।

ଆଜି ୧୦ ଘଣ୍ଟିକ ଠାରୁ ୪ଟା ପାଯନ୍ତ ବିଷମ କଟକ ବ୍ଲକ ର ୩୦୦ ରୁ ଊର୍ଦ୍ଧ୍ବ ଶିକ୍ଷକ ମାନେ ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାଯ୍ୟାଲୟ ଆଗରେ ଧାରଣାରେ ବସିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ଆନ୍ଦୋଳନ ରେ ସଭାପତି ଶରତ ଚନ୍ଦ୍ର ଆଚାର୍ଯ୍ୟ, ଉପସଭାପତି ଆକାଶ ହିଆଲ ,ସମ୍ପାଦକ କାଳୀ ଚରଣ ନାୟକ ,ରାଜ୍ୟ ସଭ।ପତି ପ୍ରମଦ କୁମାର ପଣ୍ଡା, ରାଜେଶ୍ କୁମାର ବିଶ୍ବାଳ, ଓ ସମସ୍ତ ଶଦ୍ୟସ ଉପସ୍ଥିତ ରହିଛନ୍ତି ।