ବିଜେପି ପକ୍ଷରୁ ପେଟାପାଙ୍ଗା ପଞ୍ଚାୟତରେ ଗଣ ଆନ୍ଦୋଳନ

0
61
ବିଜେପି ପକ୍ଷରୁ

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୧୫/୦୯) : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବିଜେପି ମଣ୍ଡଳୀ ପକ୍ଷରୁ ରାଇକିଆ ମଣ୍ଡଳ ସଭାପତି ନାରାୟଣ ପାତ୍ର ଙ୍କ ନେତୃତ୍ଵରେ ପେଟାପାଙ୍ଗା ପଞ୍ଚାୟତରେ ରାଜ୍ୟ ସରକାରଙ୍କ ଦୁର୍ନୀତି ଏବଂ ଭ୍ରଷ୍ଟାଚାର ବିରୁଦ୍ଧରେ ଗଣ ଆନ୍ଦୋଳନ କରି ମହାମହିମ ରାଜ୍ୟପାଳ ଉଦ୍ଦେଶ୍ୟରେ ପଞ୍ଚାୟତରେ ଦାବିପତ୍ର ପ୍ରଦାନ କରିଛନ୍ତି ।

ମୁଖ୍ୟତଃ ଓଡିଶା ସରକାରଙ୍କ ଦୁର୍ନୀତି, ଗରିବ ଲୋକମାନେ ଆବାସ ଯୋଜନାରୁ ବଞ୍ଚିତ, ପଞ୍ଚାୟତ ଏବଂ ବ୍ଲକରେ ପ୍ରତ୍ୟେକ କାର୍ଯ୍ୟ କରିବା ପାଇଁ ଲାଞ୍ଚ ପ୍ରଦାନ ବିରୁଦ୍ଧରେ ଏହି ଗଣ ଆନ୍ଦୋଳନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପେଟାପାଙ୍ଗା ପଞ୍ଚାୟତର ହିତାଧିକାରୀଙ୍କ ସମେତ ଜିଲ୍ଲା ସାଧାରଣ ସମ୍ପାଦକ ମାନଗୋବିନ୍ଦ ପ୍ରଧାନ, ଜିଲ୍ଲା କୃଶକ ମୋର୍ଚା ସଭାପତି ଅବନେଶ୍ଵର ପ୍ରଧାନ, ଜିଲ୍ଲା ଉପସଭାନେତ୍ରୀ ଝୁଲିମା ଦଳବେହେରା, ଜିଲ୍ଲା ଓବିସି ମୋର୍ଚା ସାଧାରଣ ସମ୍ପାଦକ ସନ୍ତୋଷ କୁମାର ଲେଙ୍କା, ଜାମ୍ବେବ ପ୍ରଧାନ, ଅଭିମନ୍ୟୁ ପଣ୍ଡା, ଘନଶ୍ୟାମ ପ୍ରଧାନ ଯୋଗଦେଇ ପରିଚାଳନା କରିଥିଲେ ।