କୋରାପୁଟ ଜିଲ୍ଲାର ୭ଟି ବ୍ଲକରେ ହାରାହାରି ଠାରୁ କମ ବର୍ଷା

0
77
କୋରାପୁଟ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୧୪/୯) : ଆଜି ଅପରାହ୍ନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ କୋରାପୁଟ ଜିଲ୍ଲାରେ ହାରାହାରି ୫୫.୮୯ ମି.ମି. ବର୍ଷା ହୋଇଥିଲା ବେଳେ ବୋରିଗୁମ୍ମା ସମେତ ୭ଟି ବ୍ଲକରେ ହାରାହାରି ଠାରୁ କମ୍ ବୃଷ୍ଟିପାତ ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ଲମତାପୁଟ ବ୍ଳକରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୯୭ ମିଲିମିଟର ବର୍ଷା ହୋଇଥିଲା ବେଳେ ଆନ୍ଧ୍ର ସୀମାନ୍ତବର୍ତ୍ତୀ ବନ୍ଧୁଗାଁ ବ୍ଳକରେ ସର୍ବନିମ୍ନ ୨୮ ମିଲି ମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି ଦଶମନ୍ତପୁର ବ୍ଲକରେ ୮୮ ମିଲି ମିିଟର, କୋଟପାଡ଼ରେ ୬୬ ମି.ମି., କୋରାପୁଟରେ ୬୫.୨, ନନ୍ଦପୁରରେ ୬୧, ପଟାଙ୍ଗିରେ ୫୮.୨,ଜୟପୁରରେ ୫୭.୭, ବୈପାରିଗୁଡ଼ାରେ ୫୨,ସେମିଳିଗୁଡ଼ାରେ ୪୯, ଲକ୍ଷ୍ମୀପୁରରେ ୪୮.୪, ବୋରିଗୁମ୍ମାରେ ୪୫.୮, କୁନ୍ଦୁରା ରେ ୩୪.୪, ନାରାୟଣପାଟଣାରେ ୩୧.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।