ବିପଦପୂର୍ଣ୍ଣ ଅବସ୍ଥାରେ ବିଦ୍ୟୁତ ଟାନ୍ସଫର୍ମର

0
43
ବିପଦପୂର୍ଣ୍ଣ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୨/୯) : ସୋନପୁର ସଦର ବ୍ଲକ ଖାରୀ ସେକ୍ସନ ଅନ୍ତର୍ଗତ ଦେଉଳି ଗାଁ ନିକଟରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମର ଅସୁରକ୍ଷିତ ଭାବରେ ରହିଛି

ଏ ସମ୍ପର୍କରେ କିଛିଦିନ ଆଗରୁ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଆଜି ପର୍ଯ୍ୟନ୍ତ ଦୃଷ୍ଟି ଦେଇନାହାନ୍ତି l ରାସ୍ତା ନିକଟରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ରହିଥିବା ବେଳେ ସୁରକ୍ଷା ବାଡ ଦିଆଯାଇ ନଥିବାରୁ ଅନାବନା ଲତା ମାଡି ଯାଇଛି । ଫଳରେ ତାହା ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଏହି ରାସ୍ତାରେ ପିଲାମାନେ ସ୍କୁଲ ଯାଉଥିବା ବେଳେ ଗାଈଗୋରୁ ମଧ୍ଯ ଯାତାୟାତ କରୁଛନ୍ତି । ନିକଟ ପଡିଆରେ ଚରାବୁଲା କରୁଛନ୍ତି । ରାଜ୍ୟ ସରକାର ସୁରକ୍ଷିତ ବିଦ୍ୟୁତ୍ ଯୋଗାଣ ନିମନ୍ତେ ଯୋଜନା କରିଥିବା ବେଳେ ଉକ୍ତ ଟ୍ରାନ୍ସଫର୍ମର ନିକଟରେ ସୁରକ୍ଷା ପାଚେରୀ ଦିଆଯାଇ ନଥିବାରୁ ବିପଦପୂର୍ଣ୍ଣ ରହିଛି । ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଦୁଷ୍ଟି ଆକର୍ଷଣ କରିଥିଲେ ମଧ୍ଯ ଏ ପର୍ଯ୍ୟନ୍ତ ସୁରକ୍ଷା ପାଚେରୀ ଦେଇ ନଥିବାରୁ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି । ଏଥିପ୍ରତି ତୁରନ୍ତ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୁଷ୍ଟି ଦେବାକୁ ଗ୍ରାମବାସୀ ପକ୍ଷରୁ ଦାବି କରିଛନ୍ତି l