ନୂତନ ଲକ୍ଷ୍ମୀ ମନ୍ଦିର ପ୍ରତିଷ୍ଠା ନେଇ କଳସଯାତ୍ରା

1
84
ନୂତନ ଲକ୍ଷ୍ମୀ ମନ୍ଦିର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୁରଭଞ୍ଜ, (୨୪/୦୯) : ଆଜି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହର କୁଚେ଼ଇବୁଢ଼ୀ ଠାରେ ଖୁବ୍ ଆନନ୍ଦର ସହିତ ଜଗତ ଜନନୀ ମା’ ଲକ୍ଷ୍ମୀଙ୍କର କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି ।

ଏଥିରେ ୧୮୬ଜଣ ଭକ୍ତ କଳସ ନେଇ ଆସିଥିଲେ । ଏହି ଯାତ୍ରା ରାଇରଙ୍ଗପୁର ଖଡ଼ଖାଇ ନଈରୁ ଆରମ୍ଭ କରି କୁଚେ଼ଇବୁଢ଼ୀ ସ୍ଥିତ ଲକ୍ଷ୍ମୀ ମଣ୍ଡପ ଠାରେ ଶେଷ ହୋଇଥିଲା । ତେବେ ମୁଖ୍ୟ ପୂଜକଙ୍କ କହିବା ଅନୁସାରେ ଆଜକୁ ବାୟାଳିସ ବର୍ଷ ପୂର୍ବରୁ ଏଠାରେ ପୂଜାର୍ଚ୍ଚନା ହୋଇ ଆସୁଥିବା ବେଳେ କୌଣସି ଭବ୍ୟ ମନ୍ଦିର ହୋଇ ପାରିନଥିଲା ତେବେ କମିଟି ମେମ୍ବର ଏବଂ ରାଇରଙ୍ଗପୁର ବାସୀଙ୍କ ସହଯୋଗରେ ଏହି ମନ୍ଦିରଟି ନିର୍ମାଣ ହୋଇଅଛି। ଏହି ଯାତ୍ରାଟି ରାଇରଙ୍ଗପୁର ପୋଲିସଙ୍କ ସୁରକ୍ଷାରେ ସଫଳ ହୋଇଥିଲା ।

1 COMMENT

Comments are closed.