ଜିଲ୍ଲାପାଳଙ୍କ କାର୍ଯାଳୟ ସମ୍ବୁଖରେ ଅଙ୍ଗନବାଡି କର୍ମୀଙ୍କ ଧାରଣା

0
56
ଜିଲ୍ଲାପାଳଙ୍କ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୬/୦୯) : ସୁବର୍ଣ୍ଣପୁର ଜିଲ୍ଲା ବିରମହରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମ ପଞ୍ଚାୟତର ରାମ୍ଭିପାଲି ଗାଁ ଅଙ୍ଗନୱାଡି କେନ୍ଦ୍ରରେ ଅଙ୍ଗନୱାଡି କର୍ମୀଙ୍କ ବେଆଇନ ନିଯୁକ୍ତି ଓ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗରେ ଗାଁ ଲୋକେ ଦୁଇ ଦିନ ହେଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନରେ ବସିଛନ୍ତି ।

ଗାଁ ଲୋକଙ୍କ ଅଭିଯୋଗ ଉପରେ ଜିଲ୍ଲା ପ୍ରଶାସନ ସନ୍ତୋଷ ଜନକ କାର୍ଯ୍ୟାନୁଷ୍ଠାନ ନ ନେବାରୁ ଗାଁ ଲୋକେ ବାଧ୍ୟ ହୋଇ ଅନଶନରେ ବସିଛନ୍ତି । ପ୍ରାୟ ଦେଢ଼ ବର୍ଷ ହେଲା ଅଙ୍ଗନୱାଡି କେନ୍ଦ୍ରରେ ତାଲା ପଡିଛି । ଗାଁ ଲୋକେ ବେଆଇନ ନିଯୁକ୍ତି ସମ୍ପର୍କରେ ଆବଶ୍ୟକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଅନେକ ବାର ଜଣାଇ ଥିଲେ ହେଁ ଅଙ୍ଗନୱାଡି କର୍ମୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ତ ଦୁରେ ଥାଉ ଘଟଣାର ତଦନ୍ତ ବି କରାଯାଇ ନ ଥିବା ଅଭିଯୋଗ ହୋଇଛି ।

ଗାଁ ଲୋକେ ଅଙ୍ଗନୱାଡି କେନ୍ଦ୍ରରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ବିରମହରାଜପୁର ଉପ ଜିଲ୍ଲାପାଳ ତଥା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲେ । ହେଲେ ଗ୍ରାମବାସୀଙ୍କ ଅଭିଯୋଗ ଉପରେ କୌଣସି ଅଧିକାରୀ କାର୍ଯ୍ୟାନୁଷ୍ଠାନ ନ ନେବାରୁ ଗାଁ ଲୋକେ ଦୁଇ ଦୁଇ ଥର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ହେଲେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ବି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି । ଗାଁ ଲୋକଙ୍କ ଦାବି ପ୍ରତି ଜିଲ୍ଲା ପ୍ରଶାସନ ସମ୍ବେଦନଶୀଳ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଅନଶନରୁ ଓହରିବେ ନାହିଁ ବୋଲି ଆନ୍ଦୋଳନକାରୀ ଗାଁ ଲୋକେ କହିଛନ୍ତି ।