ବିଷମକଟକ ସବ ଜେଲ କର୍ମଚାରୀଙ୍କ ଜେଲ ଆଗରେ ଧାରଣା

2
65
ବିଷମକଟକ

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୨୬/୯) : ପାଞ୍ଚ ଦଫା ଦାବି ନେଇ ବିଷମକଟକ ସବ ଜେଲ ଠାରେ କାର୍ଯ୍ୟରତ ଜେଲ କର୍ମଚାରୀ ମାନେ ଆଜି ଶାନ୍ତି ପୁର୍ଣ ଭାବେ ଧାରଣା ଦେଇଛନ୍ତି ।

ଅଲ ଓଡିଶା ଜେଲ କର୍ମଚାରୀ ସଙ୍ଘ ର ଆହ୍ୱାନ କ୍ରମେ ବିଷମକଟକ ସବ ଜେଲ ରେ କାର୍ଯ୍ୟରତ ଏହି କର୍ମଚାରୀ ମାନେ ମଧ୍ୟ ଆଜି ଠାରୁ ଧାରଣାରେ ସାମିଲ ହୋଇଥିବା ଜେଲ ୱାର୍ଡନ ମହୋମ୍ମଦ ଇସ୍ରାନ ପ୍ରକାଶ କରିଛନ୍ତି । କଳା ବ୍ୟାଜ ପିନ୍ଧି କର୍ମଚାରୀ ମାନେ ଏହି ଭିକ୍ଷୋଭ ରେ ସାମିଲ ହୋଇଛନ୍ତି । ତେବେ ସରକାର ଯଦି ଆପୋଷ ବୁଝାମଣା ରେ ଦାବି ଗୁଡିକୁ ନ ମାନନ୍ତି ତେବେ ସଙ୍ଘ ର ନିର୍ଦ୍ଦେଶ କ୍ରମେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଏହି ଧାରଣା ଚାଲୁ ରହିବ ବୋଲି କର୍ମଚାରୀ ମାନେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ।

2 COMMENTS

Comments are closed.