ବ୍ଲକ ସ୍ତରୀୟ କ୍ରୀଡା ମହୋତ୍ସବ ଉଦଘାଟିତ

0
52
ବ୍ଲକ ସ୍ତରୀୟ

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରୀ, (୨୭/୦୯) : ରାୟଗଡା ଜିଲ୍ଲା ଗୁଡ଼ାରୀ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ପଡିଆରେ ବ୍ଲକ ସ୍ତରୀୟ କ୍ରୀଡା ମହୋତ୍ସବ ଆରମ୍ଭ ହୋଇଯାଇଛି ।

ଏହି ମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୁଡାରି ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ରତ୍ନ ମାଳା ପୁରୋହିତ ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜ କିଶୋର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ପ୍ରଥମେ ମାଁ ଭଣ୍ଡାର ଘରଣୀ ମନ୍ଦିରରୁ ଏକ ମସାଲ ଶୋଭାଯାତ୍ରା ରେ ବାହାରି ପୋଷ୍ଟ ଅଫିସ ସାହି, ମେଇନ ରୋଡ଼, ଏଟିଏମ୍ ଛକ ଦେଇ ଆସି ସ୍କୁଲ ପରିଷର ପଡିଆରେ ଏହି ମସାଲକୁ ସ୍ଥାପନ କରାଯଇଥିଲା । ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ୱାରା ଜଗନ୍ନାଥ ଙ୍କ ଫଟୋ ଚିତ୍ରରେ ଧୂପ ଦୀପ ପ୍ରଜ୍ୱଳନ କରାଯାଇଛି l ମୁଖ୍ୟ ଅତିଥି ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ର ଛାତ୍ରୀଙ୍କୁ ଏହି କ୍ରୀଡ଼ା ମହୋତ୍ସବ ବିଷୟରେ ଆଲୋକ ପାତ କରିଥିଲେ । ଗୁଡ଼ାରୀ ନଡ଼ାଲ କ୍ରୀଡ଼ା ଶିକ୍ଷକ ରାଧାକାନ୍ତ ଗୁରୁଙ୍କ ପ୍ରତ୍ୟେକ ତତ୍ୱାବଧାନରେ ଗୁଡ଼ାରୀ ବ୍ଲକର ବିଭିନ୍ନ ହାଇସ୍କୁଲରୁ ଆସିଥିବା କ୍ରୀଡ଼ା ଶିକ୍ଷକ ମନେ ଏହି କାର୍ଯ୍ୟକ୍ରମ ରେ କ୍ରୀଡ଼ା ପରିଚାଳନା କରିଛନ୍ତି ।

ଏହି ଖେଳରେ ବାର ପ୍ରକାରର ଖେଳ ଯଥା ୨୦୦ମି, ୪୦୦ମି, ୬୦୦ମି ଦୌଡ଼, ଉଚ୍ଚ ଡ଼ିଆଁ, ଲମ୍ବ ଡ଼ିଆଁ, ଖୋଖୋ, ସଟ ଫୁଟ, ଡ଼ିସକଶ, କବାଡି ଓ ଫୁଟ ବୋଲ, ଆଦି ଖେଳ କରାଯାଇଛି ଲ ଏହି କାର୍ଯ୍ୟକ୍ରମ ଦୁଇଦିନ ଚାଲୁ ରହିବ ବୋଲି କ୍ରୀଡ଼ା ଶିକ୍ଷକ ଶ୍ରୀ ଗୁରୁ ସୂଚନା ଦେଇଛନ୍ତି ଏଥି ସାଙ୍ଗକୁ ଆସନ୍ତା ତା ୨୯.୦୯.୨୩ ରିଖ ଦିନ ଗୁଡ଼ାରୀ ବ୍ଲକ ର କଦମା ସରକାରୀ ଉଚ୍ଚ ବିଦ୍ୟାଳୟରେ ଏଥି ଲିଟିକ ପ୍ରତି ଯୋଗିତା ହେବ ବୋଲି ସୂଚନା ମିଳିଛି l ଏହି କ୍ରୀଡ଼ା ପ୍ରତି ଯୋଗିତାରେ ବ୍ଲକର ବିଭିନ୍ନ ହାଇ ସ୍କୁଲ ରୁ ଆସିଥିବା ଛାତ୍ର ଛାତ୍ରୀ ମାନେ କ୍ରୀଡାରେ ଭାଗ ନେଇଛନ୍ତି । ଏହି କାର୍ଯ୍ୟକ୍ରମ ରେ ଗୁଡ଼ାରୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।