ସୁରଭି ଓ ଓଡିଶା ମିଳେଟସ କୁଇଜ ପ୍ରତିଯୋଗିତା

0
48
ସୁରଭି

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରୀ, (୨୭/୦୯) : ରାୟଗଡା ଜିଲ୍ଲା ଗୁଡ଼ାରୀ ବ୍ଲକ ଅସଡା ଗ୍ରାମ ପଞ୍ଚାୟତ ଅଧିନରେ ଥିବା ବାମୁଣୀଡ଼ଙ୍ଗର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ସୁରଭି ଓ ଓଡିଶା ମିଳେଟସ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୁଡ଼ାରୀ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ରତ୍ନମାଳା ପୁରୋହିତ ଏବଂ ପୂର୍ବତନ ବିଇଓ କବିବର ପ୍ରଧାନ, ଏବିଓ ନବକୃଷ୍ଣ ଗମାଙ୍ଗ, ଏବିଓ/ବିଆରସିସି ଚାଙ୍ଗୁଡ଼ା ରୂପ ମାଝୀ ମଞ୍ଚାସୀନ ହୋଇଥିଲେ l ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଦ୍ବାରା ଗଣେଶ ଙ୍କ ପ୍ରତି ମୂର୍ତ୍ତୀ ରେ ପୁଷ୍ପ ଧୂପ ଦେଇ ଉକ୍ତ କାର୍ଯ୍ୟକ୍ରମକୁ ପ୍ରାରମ୍ଭ କରିଥିଲେ l ଏହି କାର୍ଯ୍ୟକ୍ରମ ର ମୂଳ ଉଦେଶ୍ୟ ଉପରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଛାତ୍ରଛାତ୍ରୀ ଙ୍କୁ ଆଲୋକ ପାତ କରିଥିଲେ l

ଏହି କାର୍ଯ୍ୟକ୍ରମରେ ବାମୁଣିଡ଼ଙ୍ଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ୭୨ ଜଣ ଛାତ୍ରଛାତ୍ରୀ ଏବଂ ଅସଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରାୟ ୬୫ ଜଣ ଛାତ୍ରଛାତ୍ରୀ ସୁରଭି ଓ ଓଡିଶା ମିଳେଟସ କୁଇଜ ପ୍ରତିଯୋଗିତା ରେ ଭାଗ ନେଇଥିବା ସୂଚନା ମିଳିଛି l ଏହି କାର୍ଯ୍ୟକ୍ରମରେ ଚିତ୍ର ଅଙ୍କନ, ବକୃତା, ସଙ୍ଗୀତ, ଓଡ଼ିଆ ସୁଲିଖନ, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ଓ କୁଇଜ୍ ପ୍ରତିଯୋଗୀତା ହୋଇଥିଲା l ଏହି ପ୍ରତି ଯୋଗୀତା ରେ କୃତୀ ଛାତ୍ର ଛାତ୍ରୀଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଦ୍ବାରା ପୁରସ୍କୃତ କରାଯାଇଥିଲା l