ଗଞ୍ଜେଇ ଚୋରା ଚାଲାଣର ମାଷ୍ଟର ମାଇଣ୍ଡ ହୋମଗାର୍ଡ

0
62
ଗଞ୍ଜେଇ ଚୋରା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୩୦/୦୯) : ପୋଲିସ କରୁଥିଲା ଗଞ୍ଜେଇ ଚାଲାଣ । ରାୟପୁର ଚୋରା ଚାଲାଣ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ ।

ହୋମଗାର୍ଡ ଓ ଜଣେ ମହିଳାଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି ବଲାଙ୍ଗୀର ଟାଉନ୍ ଥାନା ପୋଲିସ । ଅଭିନବ ଉପାୟରେ ଯାତ୍ରୀ ବେଶରେ ଟ୍ରେନ୍ ଯୋଗେ ରାୟପୁରକୁ ଗଞ୍ଜେଇ ଚୋରାଚାଲାଣ ହେଉଥିଲା । ସେମାନଙ୍କଠାରୁ ୧୫ କେଜି ଗଞ୍ଜେଇ ସହ ୩ଟି ମୋଟର ସାଇକେଲ ପୋଲିସ ଜବତ କରିଛି । ହୋମଗାର୍ଡ ଚୋରା ଚାଲାଣର ମାଷ୍ଟର ମାଇଣ୍ଡ ଥିବାବେଳେ ମହିଳା ଓ ଅନ୍ୟ ୪ ଜଣ ଅଭିଯୁକ୍ତ ଯାତ୍ରୀ ବେଶରେ ଗଞ୍ଜେଇ ଚୋରାଚାଲାଣ କରିଥିଲେ । ଗିରଫ ଅଭିଯୁକ୍ତ ତରଭା ଥାନାର ହୋମଗାର୍ଡ ବିଜୟ ସାହୁ, ଭୁବନେଶ୍ବର ଭରତପୁର ଅଞ୍ଚଳର ନର୍ମଦା ଦାସ, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲର ନୀଳମାଧବ ବେହେରା, ତରଭା ଥାନା ଅଞ୍ଚଳର ବିଶ୍ଵନାଥ ସାହୁ, ଆଶିଷ ସେଲମା ଓ ବଡ ଆଡଜୁଆଡ ।

ସେହିପରି ଗତ ଜୁନ ୧୬ ତାରିଖରେ ବଲାଙ୍ଗୀର ସତ୍ୟନାରାୟଣପଡା ଠାରେ ଟ୍ରକ୍ ସହ ୯ କୁଇଣ୍ଟାଲ, ୨୦ କେଜି ଗଞ୍ଜେଇ ଜବତ ଘଟଣାରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଆଜି ଗଞ୍ଜେଇ ଚୋରାଚାଲାଣ ମାମଲାରେ ହୋମଗାର୍ଡ ଗିରଫ ପରେ ତରଭା ଥାନା ସମ୍ମୁଖରେ ସାଧାରଣ ଲୋକେ ବାଣ ଫୁଟାଇ ଖୁସି ଜାହିର କରିଛନ୍ତି ।