‘ଭାରତମାଳା’ ପକ୍ଷରୁ ସ୍ୱତ୍ସତା ପକ୍ଷ ଅନ୍ତର୍ଗତ ‘ଏକ ତାରିଖ ଏକ ଘଣ୍ଟା’ କାର୍ଯ୍ୟକ୍ରମ ଅନୁଷ୍ଠିତ

0
69
ଭାରତମାଳା

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୧/୧୦) : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକ୍ ଦେଇ ଯାଉଥିବା ନିର୍ମାଣାଧୀନ ଭାରତ ମାଳା ପ୍ରକଳ୍ପରେ କାର୍ଯ୍ୟରତ ଏଚ୍‌.ଜି. ଇନ୍‌ଫ୍ରା ଇଞ୍ଜିନିୟରିଂ ଲିମିଟେଡ୍‌ର କର୍ମଚାରୀ ମାନଙ୍କ ଦ୍ଵାରା କିଛି ଦିନ ଧରି ବୋରିଗୁମ୍ମାର ବିଭିନ୍ନ ସ୍ଥାନ ସଫେଇ କରିବା ଦେଖାଯାଉଛି ।WhatsApp Image 2023-10-01 at 11.04.15

ସାନ ଦୁବୁଲି, ବଡ଼ ଦୁବୁଲି ଗ୍ରାମର ବିଦ୍ୟାଳୟ ପରିସର ସହ ବୋରିଗୁମ୍ମା ବ୍ଳକର ବିଭିନ୍ନ ସ୍ଥାନ ବୁଲି ଏହି କର୍ମଚାରୀ ମାନେ ସଫେଇ ଅଭିଯାନ ଜାରି ରଖିବା ସହ ସ୍ଵଚ୍ଛତାର ବାର୍ତ୍ତା ପ୍ରଦାନ କରି ଆସୁଛନ୍ତି । ଏହି କ୍ରମରେ ଆଜି ୨୬ ନମ୍ବର ଜାତୀୟ ରାଜପଥ ଓ ୬୩ ନମ୍ବର ଜାତୀୟ ରାଜପଥର ମିଳନ ସ୍ଥଳୀ, ଯାହାକୁ କି ବୋରିଗୁମ୍ମା ର ବସ ଷ୍ଟାଣ୍ଡ ଭାବରେ ବ୍ୟବହୃତ ହୋଇ ଆସୁଛି, ସେହି ପରିସରକୁ ସଫା କରିବା ସହ ଜନ ସାଧାରଣଙ୍କୁ ସ୍ଵଚ୍ଛତାର ବାର୍ତ୍ତା ପ୍ରଦାନ କରିଥିଲେ । ଏଚ.ଜି. ଇନ୍‌ଫ୍ରା ଇଞ୍ଜିନିୟରିଂ ଲିଃ. ର ସେଫଟି ମ୍ୟାନେଜର ଭ୍ରମରବର ପଢ଼ିଆରୀ ଏହି ସ୍ୱଚ୍ଛତା ପକ୍ଷ ଅନ୍ତର୍ଗତ ଏକ ତାରିଖ ଏକ ଘଣ୍ଟା କାର୍ଯ୍ୟକ୍ରମର ସଂଯୋଜକ ଭାବେ ଦାୟିତ୍ୱ ନ୍ୟସ୍ତ ଥିବା ବେଳେ ତାଙ୍କ ସହ ଶୈଳେନ୍ଦ୍ର ପାଣ୍ଡେ, କବୀନ୍ଦ୍ର ଜିନ୍ଦଲ, ଦୀପକ କୁମାର ପ୍ରମୁଖ ପ୍ରାୟ ୨୦ ରୁ ୩୦ ଜଣ କର୍ମଚାରୀ ଆଜି ପୂର୍ବାହ୍ନରେ ଏହି ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବେଳେ ବୋରିଗୁମ୍ମା ପୁଲିସ ଏଥିରେ ସହାୟତା କରିଥିବା ଦେଖାଯାଇଥିଲା ।

ରାୟପୁର- ବିଶାଖାପାଟଣା ଓଡ଼ିଶା PKG -5 ନାମରେ ଏହି ପ୍ରକଳ୍ପର ନାମ କରଣ କରାଯାଇ ସ୍ଵଚ୍ଛତା ଅଭିଯାନ ଚାଲୁ ରହିଥିବା ବିଷୟ ସଂଯୋଜକ ଭ୍ରମରବର ପଢିଆରି ଗଣମାଧ୍ୟମକୁ ସୂଚିତ କରିଥିବା ଜଣାପଡିଛି । ଭାରତ ମାଳା ରାସ୍ତା ତିଆରି ଚାଲିଥିବା ସମସ୍ତ ଅଞ୍ଚଳରେ ଏହି ଅଭିଯାନ ଚାଲିଥିବା ଜଣାପଡିଛି । ଭାରତ ମାଳା ପକ୍ଷରୁ ଚାଲିଥିବା ଏହି କାର୍ଯ୍ୟକ୍ରମକୁ ବୋରିଗୁମ୍ମା ଅଞ୍ଚଳର ବୁଦ୍ଧିଜୀବି ଓ ସାଧାରଣ ସ୍ଵାଗତ କରିଥିବା ପରିଲକ୍ଷିତ ହୋଇଛି ।