ଓଏଏସପି କମାଣ୍ଡାଣ୍ଟ ସୁନୀଲ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ

0
57
ଓଏଏସପି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢ଼େଙ୍କାନାଳ, (୦୧/୧୦) : ଓଏଏସପି 1st ବାଟାଲିୟନ କମାଣ୍ଡାଣ୍ଟ ସୁନୀଲ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ

ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ମାମଲାରେ ଚଢ଼ାଉ କରିଛି ଭିଜିଲାନ୍ସ। ଏକା ସାଙ୍ଗରେ ୫ଟି ସ୍ଥାନରେ ହୋଇଛି ଚଢାଉ । ଢ଼େଙ୍କାନାଳରୁ କଟକ ଆସୁଥିବା ବେଳେ ନଗଦ ଏକ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ । ଯାହାର ସେ ହିସାବ ଦେଇ ପାରିନଥିବା ଜଣା ପଡ଼ିଛି । ଏହାସହ ଘର ସର୍ଚ୍ଚ ସମୟରେ ୧୦ ଲକ୍ଷ ଟଙ୍କା ଜବତ ହୋଇଛି । ଗତ କିଛି ଦିନ ପୂର୍ବରୁ ବାଟାଲିୟନ ପରିସରରେ ଏକ ଜନ୍ତୁ ଶିକାର ଫାଶ ବସିଥିବାର ଚିତ୍ର ସାମନାକୁ ଆସିଥିଲା । ଏହାସହ ବାଟାଲିୟନ ର ଜଣେ କର୍ମଚାରୀ ମୃତ ଜନ୍ତୁ ଧରିଥିବାର ଫଟୋ ଭାଇରାଲ ହୋଇଥିଲା ।