ଆଜି ବିଶ୍ବକପ୍‌ କ୍ରିକେଟ୍‌ରେ ଭାରତ-ଆଫ୍‌ଗାନିସ୍ତାନ ମୁକାବିଲା

0
50
ଆଜି ବିଶ୍ବକପ୍‌

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୧୧/୧୦) : ଆଜି ବିଶ୍ବକପ୍‌ କ୍ରିକେଟ୍‌ରେ ଭାରତ-ଆଫ୍‌ଗାନିସ୍ତାନ ମୁକାବିଲା । ଦିଲ୍ଲୀର ଫିରୋଜ ଶାହ କୋଟଲ୍‌ରେ ଖେଳାଯିବ ମ୍ୟାଚ୍ ।

ଆଜିର ମୁକାବିଲାରେ ବଡ଼ ସ୍କୋର୍‌ ହେବାର ଆଶା । ବ୍ୟାଟିଂ ବିଭାଗରେ ଅଦଳ ବଦଳ ସମ୍ଭାବନା କମ୍‌ ରହିଥିବା ବେଳେ ୩ ଜଣ ଦ୍ରୁତ ବୋଲରକୁ ନେଇ ପଡ଼ିଆକୁ ଓହ୍ଲାଇପାରେ ଭାରତ । ଡେଙ୍ଗୁରେ ପୀଡ଼ିତ ‌ଶୁବମନ ଗିଲ୍‌ ମଧ୍ୟ ଦିଲ୍ଲୀରେ ଖେଳିବେନି।ପୂର୍ବ ମ୍ୟାଚ୍‌ ପରି ରୋହିତ ଓ ଈଶାନ କିଶନ ଓପନିଂ ଦାୟିତ୍ବରେ ରହିବେ । ଅଷ୍ଟ୍ରେଲିଆ ବିପକ୍ଷରେ ଭୁଲ୍‌ ସଟ୍‌ ଚୟନ କରି ଈଶାନ ଓ ଶ୍ରେୟସ ଆୟର ୱିକେଟ୍‌ ଫିଙ୍ଗିଥିବାରୁ ସମାଲୋଚନର ଶିକାର ହୋଇଛନ୍ତି । ୩ ଜଣ ସ୍ପିନରଙ୍କ ବଦଳରେ ଦଳ ଆର୍‌ ଅଶ୍ବିନଙ୍କ ସ୍ଥାନରେ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ଖେଳାଇବା ସମ୍ଭାବନା ରହିଛି ।