୫ଦିନର ଶିଶୁକନ୍ୟାକୁ ନାକ ଚିପି ହତ୍ୟା କଲା ମାଆ

1
62
୫ଦିନର ଶିଶୁକନ୍ୟାକୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଯାଜପୁର, (୧୧/୧୦) : ୫ଦିନର ଶିଶୁକନ୍ୟାକୁ ନାକ ଚିପି ହତ୍ୟା କଲା ମାଆ । ମା’ ଶବ୍ଦରେ ଭରି ରହିଛି ସଂସାରର ସମସ୍ତ ସ୍ନେହ,ମମତା ଓ ନିଶ୍ୱାର୍ଥପରତା । ଦୁନିଆର ସବୁଠୁ ନିଆରା ସମ୍ପର୍କ ମାଆ ସହ ତା’ ସନ୍ତାନର । ମାଆର କୌଣସି ତୁଳନା ନାହିଁ ।

ସବୁ ଭାବନା, ସବୁ ସମ୍ପର୍କଠୁ ସେ ଉପରେ । କିନ୍ତୁ ଯେତବେଳେ ମାଆ ରାକ୍ଷସୀ ପାଲଟିଯାଏ, ନିଜ ଛୁଆକୁ ମାରିଦିଏ ସେତେବେଳେ ଏହି ଶବ୍ଦର ଅର୍ଥ ବଦଳିଯାଏ । ଏପରି ସମାନ ଘଟଣା ଘଟିଛି ଯାଜପୁର ଜିଲ୍ଲାରେ । ଜିଲ୍ଲାର ଟମକା ଥାନା ଚମ୍ପାଝର ପାର୍କ ନିକଟ ବସ୍ତିରେ ଜଣେ ମହିଳା ନିଜର ୫ଦିନର ଶିଶୁକନ୍ୟାର ତଣ୍ଟିଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୁଲିସ ସଂପୃକ୍ତ ମହିଳାଙ୍କୁ ଗିରଫ କରିଛି । ସୂଚନା ଅନୁସାରେ, ଚମ୍ପାଝର ପାର୍କ ନିକଟ ବସ୍ତିରେ ରୁହନ୍ତି ରବିନ୍ଦ୍ର ମହାନ୍ତ । ଗତ ୪ତାରିଖ ଦିନ ରବିନ୍ଦ୍ରଙ୍କ ସ୍ତ୍ରୀ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ପୂର୍ବରୁ ଗୋଟିଏ ଝିଅ ଥିଲା । ପରିବାର ଲୋକେ ପୁଅ ଆଶା ରଖିଥିବା ବେଳେ ଝିଅଟିଏ ଜନ୍ମ ହେବାରୁ ସମସ୍ତଙ୍କ ମନ ଦୁଃଖ ଥିଲା । ରବିନ୍ଦ୍ରଙ୍କର ମନ ମଧ୍ୟ ଦୁଃଖ ଥିଲା । ୯ ତାରିଖରେ ରବିନ୍ଦ୍ର ସ୍ତ୍ରୀ ଶିଶୁକନ୍ୟାର ନାକ ଚିପି ହତ୍ୟା କରିଥିଲେ । ପରେ ଶିଶୁକନ୍ୟା ଘରେ ଶୁଆଇ ଦେଇଥିଲେ ।

ଶିଶୁକନ୍ୟାଟି ନ ଖାଇବାରୁ, ନ କାନ୍ଦିବାରୁ ପରିବାର ଲୋକଙ୍କର ସନ୍ଦେହ ହୋଇଥିଲା । ତା’ ଦେହ ଭଲ ନଥିବା ଭାବି ଡାକ୍ତରଖାନା ନେଇ ଯାଇଥିଲେ । ସେଠାରେ ଡାକ୍ତର ଶିଶୁକନ୍ୟାଟିକୁ ମୃତ ଘୋଷଣା କରିଥିଲେ । ଶିଶୁ କନ୍ୟାର ମୃତ୍ୟୁକୁ ନେଇ ପରିବାର ଲୋକ ଓ ପଡ଼ୋଶୀଙ୍କର ରବିନ୍ଦ୍ରଙ୍କ ସ୍ତ୍ରୀଙ୍କ ଉପରେ ସନ୍ଦେହ ହୋଇଥିଲା । ପୁଲିସ ପହଞ୍ଚି ରବିନ୍ଦ୍ରଙ୍କ ସ୍ତ୍ରୀଙ୍କୁ ଶିଶୁ କନ୍ୟାର ମୃତ୍ୟୁକୁ ନେଇ ପଚରାଉଚରା କରିଥିଲା । ପରେ ରବିନ୍ଦ୍ରଙ୍କ ସ୍ତ୍ରୀ ନିଜ ଝିଅକୁ ହତ୍ୟା କରିଥିବା ମାନିଥିଲେ । ପୁଲିସ ଗତକାଲି ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଏପରି ଘଟଣାକୁ ଅଞ୍ଚଳବାସୀ ନିନ୍ଦା କରିଛନ୍ତି ।

1 COMMENT

Comments are closed.