ବିଜୁ ପଟ୍ଟନାୟକ ମହିଳା କଲେଜ ଓ ମହାରାଜା ହାଇସ୍କୁଲ ଠାରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

0
53
ବିଜୁ ପଟ୍ଟନାୟକ ମହିଳା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୧/୧୦) : ଆଜି ଅପରାହ୍ନ ୩ଟାରେ ସୁବର୍ଣ୍ଣପୁର ଜିଲ୍ଲା ପୁଲିସ ପକ୍ଷରୁ ବିଜୁ ପଟ୍ଟନାୟକ ମହିଳା କଲେଜ ଠାରେ ସାଇବର ସୁରକ୍ଷା ସଚେତନତା ସଭା, କୁଇଜ ପ୍ରତିଯୋଗିତା, ସଂlସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା lWhatsApp Image 2023-10-11 at 20.21.10

ଏହି କାର୍ଯ୍ୟକ୍ରମରେ ଏସ ଡି ପି ଓ ପ୍ରତାପ କୁମାର ରଣା ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ଷ୍ଟେଟ ବ୍ୟାଙ୍କ ଏଲ ଡି ଏମ ଜି କେ କାମରାଜ ଦୋରା, ଥାନା ଅଧିକାରୀ ପଦ୍ମାସିନୀ ମେହେର, କଲେଜ ଅଧ୍ୟକ୍ଷା ରିତା ରାଣୀ ପୂଜାରୀ, ଯୋଗ ଦେଇ ଆମେ ମାନେ ଯେତେ ସତର୍କ ରହିଵା ସେତେ ସୁରକ୍ଷିତ ରହିବା ଏବଂ ମୋବାଇଲ କୁ ସତମାର୍ଗ ରେ ବ୍ୟବହାର କରିବା ବୋଲି ମତ ରଖି ଥିଲେ l ସଭା କୁ ଅଧ୍ୟାପକ ମଦନ ସୁନ୍ଦର ଖେତୀ ସଂଯୋଜନା କରିଥିବା ବେଳେ ସଂଜୁ ରାଣୀ ସିଂ ଧନ୍ୟବାଦ ଅର୍ପଣ କରିଥିଲେ l

କୁଇଜ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଶିବାନୀ ପଣ୍ଡା, ପ୍ରିୟl ପ୍ରିୟଦର୍ଶନୀ ସାହୁଙ୍କୁ ଅତିଥି ମାନେ ପୁରସ୍କୃତ କରିଥଲେ l ମନୋଜ ପଣ୍ଡା ସହଯୋଗ କରିଥିଲେ l ସେହିପରି ଆଜି ସକାଳ ୧୧ ଘଣ୍ଟା ବେଳେ ସୋନପୁର ମହାରାଜା ହାଇସ୍କୁଲ ଠାରେ ମଧ୍ୟ ଜିଲ୍ଲା ପୁଲିସ ପକ୍ଷରୁ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ଏସ ଡି ପି ଓ ପ୍ରତାପ ରଣା, ଏସ ବି ଆଇ ସି ଏମ ସନ୍ତୋଷ ସାହୁ, ହାଇସ୍କୁଲ ଏଚ ଏମ, ଥାନା ଅଧିକାରୀ ଯୋଗ ଦେଇଥିଲେ l