ସୁବର୍ଣ୍ଣପୁର ଜିଲ୍ଲା ଓବିସି ମଞ୍ଚର ଜନଜାଗରଣ ବୈଠକ

7
72
ସୁବର୍ଣ୍ଣପୁର ଜିଲ୍ଲା

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୪/୯) : ସ୍ଥାନୀୟ ହୋଟେଲ୍ ପ୍ରୋଗ୍ରେସଇନ୍ ଠାରେ ରାଜ୍ୟ ଓବିସି ମଞ୍ଚର ସୁବର୍ଣ୍ଣପୁର ଜିଲ୍ଲାଶାଖା ଆବାହକ ପ୍ରିୟବ୍ରତ ସାହୁ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଜନଜାଗରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ଆସନ୍ତା ଅକ୍ଟୋବର ରୁ ଓବିସି ବର୍ଗର ସମସ୍ତଙ୍କୁ ଏକଜୁଟ କରିବାକୁ ଏକ ଜନଜାଗରଣ ରଥଯାତ୍ରା କୁ କିଭଳି ଭାବରେ ଜିଲ୍ଲାର ପ୍ରତିବ୍ଲକ ପରିକ୍ରମା କରି ସମସ୍ତ ଓବିସି ପରିବାରଙ୍କୁ ଯୋଡିବା ଲକ୍ଷ୍ୟରେ ଏକ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ଗଠନ କରାଯାଇଥିଲା । ଏଥିରେ ଜିଲ୍ଲା ସଂଯୋଜକ ଭାବରେ ରେ ଶିବରାମ ସାହୁ, ସଭାପତି ଦେବାର୍ଚ୍ଚନ ଚାଉଳିଆ, କାର୍ଯ୍ୟ କାରୀ ସଭାପତି ପ୍ରିୟବ୍ରତ ସାହୁ, ଉପସଭାପତି ଗୋବିନ୍ଦ ବାରିକ, ସାନନ୍ଦ ମେହେର, କଲ୍ୟାଣ ନାଏକ, ହୃଷିକେଶ କର୍ମୀ, ବିଦ୍ୟାଧର ଖୁର୍ଡିଆ,ସୁରେଶ କୁମାର ପାତ୍ର,ଲବକୁମାର ସାହୁ, ସାଧାରଣ ସଂପାଦକ ବଳଦେବ ପ୍ରଧାନ, ସୁମନ୍ତ ସାହୁ, ପୁରନ୍ଦର ସାହୁ, ରାଜେନ୍ଦ୍ର ଝାଙ୍କର, ମିତ୍ରଭାନୁ ମହାକୁଡ, ପ୍ରଫୁଲ୍ଲ ସାହୁ, ରଘୁନାଥ ବେହେରା, କୋଷାଧ୍ୟକ୍ଷ ଦିଲ୍ଲୀପ ପାତ୍ର, ପରାମର୍ଶ ଦାତା ଭାବରେ ରଥ ସାହୁ, ନବକୃଷ୍ଣ ଦନ୍ତା,ଶ୍ୟାମ ସା,ରାମ ନାରାୟଣ ଭୋଇ, ଅଶ୍ଵିନୀ ମହାକୁଡ, ଶଙ୍କର ବିଶି,ବିଶିକେଶନ ବାରିକ ପ୍ରମୁଖ ଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା ।

7 COMMENTS

Comments are closed.