ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0
56
ସାଇବର ସୁରକ୍ଷା

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୨/୧୦) : ଗୁଣୁପୁର ଆଦର୍ଶ ଥାନା ଦ୍ଵାରା ଗୁଣପୁର ମହାବିଦ୍ୟାଳୟ ପରିସରରେ ଏକ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ଉପଖଣ୍ଡ ଅଧିକାରୀ ମାନ୍ୟବର ଉପଜିଲ୍ଲାପାଳ ଲଲିତ କୁମାର କହଁର ମୁଖ୍ୟ ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀ ତଥା ଅଙ୍ଗନବାଡି କର୍ମୀ ମାନଙ୍କୁ ସାଇବର ଠକାମିରୁ କିପରି ନିଜକୁ ସୁରକ୍ଷିତ କରି ରଖିବେ ସେ ସଂପର୍କରେ ସଚେତନତା ସୃଷ୍ଟି କରିଥିଲେ I ସେହିପରି ଗୁଣପୁର ପି.ଏ ଆଇ .ଟି .ଡି.ଏ .ଅଧିକାରୀ ଶାନ୍ତି ପ୍ରଭା ପ୍ରଧାନ ଗୋଷ୍ଠି ଉନ୍ନୟନ ଅଧିକାରୀ ଶୁଭ୍ରା ଞ୍ଜଳି ପ୍ରଧାନ, ଗୋଷ୍ଠିଶୀକ୍ଷା ଅଧିକାରୀ ପ୍ରତିଶୃତି ସିଂ, ଅତିରିକ୍ତ ତହସିଲଦାର ଅଂଶୁମାନ ପରିଡା , ଆସିଷ୍ଟାଣ୍ଟ କଲେକ୍ଟର ସତ୍ୟଜିତ ନାୟକ , ସି .ଡ଼ି.ପି. ଓ. ସୁଷମା ପ୍ରସାଦ, ଅଗ୍ନିଶମ ଅଧିକାରି ଓ ପ୍ରାଧ୍ୟାପକ ସୂର୍ଯ୍ୟନାରାୟଣ ପଣ୍ଡା ପ୍ରମୁଖ ଯୋଗ ଦେଇ ସାଇବର ସୁରକ୍ଷା ସଚେତନତା ଦିଗରେ ନିଜ ନିଜର ବକୃତା ଉପସ୍ଥାପନା କରିଥିଲେ । ଗୁଣପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଶଶୀ ଭୂଷଣ ମହାନ୍ତି ସ୍ଵାଗତ ଭାଷଣ ପ୍ରଦାନ କରିବା ସହ ଏହି ସଚେତନତା ବାର୍ତ୍ତା ପୁରପଲ୍ଲୀରେ ପହଞ୍ଚାଇବାକୁ ଛାତ୍ର ଛାତ୍ରୀ ମାନଙ୍କୁ ଅନୁରୋଧ କରିଥିଲେ ।

ଅଧ୍ୟାପକ ଜଗନ୍ନାଥ ଦୀପ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ଅଧ୍ୟାପିକା ଡକ୍ଟର ଦେବିଶ୍ରୀ ମହାପାତ୍ର କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ କହିଥିଲେ । ସବଇନ୍ସପେକ୍ଟରେ ଅଶୋକ କୁମାର ପାଡ଼ୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଶେଷରେ ଆଇଆଇସି ଉତ୍ତମ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସଂଖ୍ୟାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ । ଆଦିବାସୀ ବାଦ୍ୟର ତାଳେ ତାଳେ ଆଦିବାସୀ ବେଶଭୂଷାରେ ଛାତ୍ର ଛାତ୍ରୀ ମାନେ ନୃତ୍ୟ କରି ସାଇବର ସଚେତନତା ରଥକୁ କଲେଜ ଭିତରକୁ ପାଛୋଟି ଆଣିଥିଲେ । ଏନ.ସି.ସି ,ଏନ.ଏସ .ଏସ ଓ ୱ ୲ଇ ଆର ସି ର ସ୍ଵେଚ୍ଛାସେବୀ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ । ଏଚ ଡି ଫ ସି ବ୍ୟାଙ୍କ ତରଫରୁ ଏକ କ୍ଷୁଦ୍ରନାଟକ ପରିବେଷିତ ହୋଇଥିଲା । ସାଇବର ସୁରକ୍ଷା ମାଷ୍ଟଟ ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ।